• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଆଦର୍ଶ ଶିକ୍ଷକ ଙ୍କ ବଦଳି କୁ ନେଇ ପରିଚାଳନା କମିଟି ପକ୍ଷରୁ ବିଦ୍ୟାଳୟ ରେ ତାଲା

Bymamatanews

Jul 16, 2025
Spread the love

ବାଲିକୁଦା ମଣ୍ଡଳ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଅଧୀନରେ ଥିବା ଆପଣ୍ଡରା ପଞ୍ଚାୟତ ସ୍ଥିତ କୁଳସାହି ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷକ ବଦଳିକୁ କେନ୍ଦ୍ର କରି ୮ ଦିନ ହେବ ଅଭିଭାବକ ମାନଙ୍କ ଦ୍ୱାରା ବିଦ୍ୟାଳୟ ରେ ତାଲା ଝୁଲୁଛି | ଏଥିନେଇ ଜ଼ିଲ୍ଲା ପ୍ରଶାସନ ର ଅପାରଗ ପଣିଆ କୁ ଛାତ୍ର ଅଭିଭାବକ ମାନେ ଦାୟୀ କରିଛନ୍ତି | ଏ ସମ୍ପର୍କ ରେ ଛାତ୍ର ଅଭିଭାବକ ମାନେ ବ୍ଲକ ଶିକ୍ଷା ଅଧିକାରୀ, ଜ଼ିଲ୍ଲା ଶିକ୍ଷା ଅଧିକାରୀ, ଜ଼ିଲ୍ଲାପାଳ ଆଦି ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ୍ୟ ଜ଼ିଲ୍ଲା ପ୍ରଶାସନ ଏ ଦିଗରେ କୌଣସି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରିନାହିଁ କି ପୂର୍ବ ଭଳି ବିଦ୍ୟାଳୟ ରେ ପାଠ ପଢା ହେଉନାହିଁ | ଖବର ନେବାରେ ଜଣାପଡିଛି ଚଳିତ ଶିକ୍ଷା ବର୍ଷରେ କୁଳ ସାହି ସରକାରୀ ପ୍ରାଥମିକ ବିଦ୍ୟାଳୟ ର ରେଗୁଲାର ଆଦର୍ଶ ଶିକ୍ଷକ ମାନସ ଦାସ ଙ୍କ ର ଅନ୍ୟତ୍ର ବିଦ୍ୟାଳୟ କୁ ବଦଳି କରାଯାଇଛି | ହେଲେ ଏହା କୁ ଅଭିଭାବକ ମାନେ ସହଜ ରେ ଗ୍ରହଣ କରୁନାହାନ୍ତି | ମାନସ ସାର ଙ୍କ ବଦଳି ବାତିଲ କରାଯାଉ |ମାନସ ସାର ଆସି ବିଦ୍ୟାଳୟ ରେ ଯୋଗଦେଲେ ବିଦ୍ୟାଳୟ ଗେଟ ଖୋଲା ଯିବ ପୂର୍ବଭଳି ଆମ ପିଲା ମାନେ ବିଦ୍ୟାଳୟ ରେ ପାଠ ପଢିବେ| ନଚେତ ବିଦ୍ୟାଳୟ ଗେଟ ରେ ସବୁଦିନ ପାଇଁ ତାଲା ଝୁଲିବ ଯାହା ଆଗକୁ ଘଟିବ ସେଥିପାଇଁ ଜ଼ିଲ୍ଲା ପ୍ରଶାସନ ସମ୍ପୂର୍ଣ ଦାୟୀ ରହିବ ବୋଲି ଛାତ୍ର ଅଭିଭାବକ ମାନେ ଜ଼ିଲ୍ଲା ପ୍ରଶାସନ କୁ ଚେତାବନୀ ଦେଇଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *