
ଅନୁଗୁଳ (୧୬/୧୦ /୨୦୨୪) : ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟ ରେ ବୁଧବାର ଏକ ଗୁରୁତ୍ୱପୂର୍ଣ ସଦସ୍ୟତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି |ବିଜେପି ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନ ଙ୍କର ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉକ୍ତ କର୍ମଶାଳା ରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଯୋଗଦେଇ କାର୍ଯ୍ୟକର୍ତା ମାନେ ଦେଢ଼ ମାସ ଧରି ବିଜେପି ର ସଦସ୍ୟତା କାର୍ଯ୍ୟକ୍ରମ ରେ ସାମିଲ ହୋଇ ଲକ୍ଷାଧିକ ସଦସ୍ୟ ଙ୍କୁ ପାର୍ଟିରେ ସାମିଲ କରି ସାରିଲେଣି |ଅନୁଗୁଳ ଜିଲ୍ଲା କୁ ରାଜ୍ୟରେ ବିଜେପି ର ସଦସ୍ୟତା କ୍ଷେତ୍ରରେ ଏକ ନମ୍ବର କରିବା ପାଇଁ କାର୍ଯ୍ୟକର୍ତା ମାନେ ବୁଥ ଓ ୱାର୍ଡ ସ୍ତରରୁ ବ୍ୟାପକ ଭାବେ ସଦସ୍ୟତା କରନ୍ତୁ ବୋଲି ସାଂସଦ ଶ୍ରୀ ପାଣି ପରାମର୍ଶ ଦେଇଥିଲେ |ରାଜ୍ୟରୁ ବିଜେପି ର ଆଜିର କର୍ମଶାଳା ପାଇଁ ପର୍ଯ୍ୟବେକ୍ଷକ ଭାବେ ଆସିଥିବା ପରଜଙ୍ଗ ବିଧାୟକ ବିଭୁତି ପ୍ରଧାନ ଯୋଗଦେଇ ସବୁ ବୁଥ ସ୍ତରରେ ପ୍ରମୁଖ କାର୍ଯ୍ୟକର୍ତା ମାନେ ସକ୍ରିୟ ସଦସ୍ୟ ହେବା ସହ ଅନୁଗୁଳ ଜିଲ୍ଲା କୁ ଟାର୍ଗେଟ ଦିଆଯାଇଥିବା ସଦସ୍ୟତା ଲକ୍ଷ ହାସଲ କରିବା ପାଇଁ ସମସ୍ତେ ୧୫ ଦିନ ପର୍ଯ୍ୟନ୍ତ ଏହି କାର୍ଯ୍ୟ ରେ ମନୋନିବେଶ କରିବାକୁ ଉପସ୍ଥିତ କାର୍ଯ୍ୟକର୍ତ୍ତା ଙ୍କୁ ମାର୍ଗଦର୍ଶନ କରିଥିଲେ |ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନ ନିଜର ଅଭିଭାଷଣ ରେ କାର୍ଯ୍ୟକର୍ତା ମାନେ ସବୁ ବିଧାନସଭା କ୍ଷେତ୍ରରେ ଦିଆ ଯାଇଥିବା ଲକ୍ଷ ହାସଲ କରନ୍ତୁ ବୋଲି କହିଥିଲେ |ଅନ୍ୟ ମାନଙ୍କ ମଧ୍ୟରେ ପାଲଲହଡା ବିଧାୟକ ଅଶୋକ ମହାନ୍ତି, ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ପ୍ରମୁଖ ଯୋଗଦେଇ ସଦସ୍ୟତା ତଥା ସକ୍ରିୟ ସଦସ୍ୟ କରିବା ପାଇଁ ସବୁ କାର୍ଯ୍ୟକର୍ତା ମାନେ କଠିନ ପରିଶ୍ରମ କରିବାକୁ ଆହ୍ୱାନ ଦେଇଥିଲେ |ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରତିମା ମିଶ୍ର, ଜିଲ୍ଲା ସକ୍ରିୟ ସଦସ୍ୟ ଟୋଲୀ ରେ ଦାୟିତ୍ୱ ବହନ କରିଥିବା ଜିଲ୍ଲା ଉପ ସଭାପତି ନୃସିଂହ ବରାଳ, ଜିଲ୍ଲା ସାଧାରଣ ସମ୍ପାଦକ ସୁଦିପ ଗଡ଼ନାୟକ ଓ ଜିଲ୍ଲା ସମ୍ପାଦକ ପ୍ରଭାତ ପ୍ରଧାନ ପ୍ରମୁଖ ମଂଚାସୀନ ଥିଲେ |ପ୍ରାକ୍ତନ ଆଠମଲ୍ଲିକ ବିଧାୟକ ରମେଶ ସାଏ ଧନ୍ୟବାଦ ଦେଇଥିଲେ |ଅନୁଗୁଳ ଜିଲ୍ଲା ବିଜେପି ର ସମସ୍ତ କର୍ମକର୍ତା, ସମସ୍ତ ମୋର୍ଚ୍ଚା ର ସଭାପତି, ମଣ୍ଡଳ ସଭାପତି, ସାଧାରଣ ସମ୍ପାଦକ ,ସଦସ୍ୟତା ଦାୟିତ୍ୱ ରେ ଥିବା କର୍ମକର୍ତା, ବିଧାନସଭା କ୍ଷେତ୍ରର ସଂଯୋଜକ, ପ୍ରଭାରୀ ଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ |
