
ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଗୋତମରା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା ବ୍ରହ୍ମାୟଣୀ ଦେବୀ ଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରତେକ ବର୍ଷ ଆଶ୍ୱିନ ମାସ କୁମାର ପୂର୍ଣିମା ରେ ଏହିଭଳି ଗ୍ରାମ ଅଧିଷ୍ଠାତ୍ରୀ ଦେବୀ ମା ବ୍ରହ୍ମାୟଣୀ ଙ୍କ ପୂଜାରେ ଗ୍ରାମ ଉତ୍ସବ ମୁଖର ହଉଥିବା ଦେଖିବାକୁ ମିଳେ। ସବୁ ବର୍ଷ ଭଳି ଚଳିତ ବର୍ଷ ପ୍ରଥମେ ଗ୍ରାମ ଦେବୀ ମା ବ୍ରହ୍ମାୟଣୀ ଦେବୀଙ୍କୁ ପୂଜକ ମାନେ ଦିଅ ଘରୁ ବାହାର କରି ଘଣ୍ଟ, ଢ଼ୋଲ ବାଦ, ଡିଜେ ସାଉଣ୍ଡ, ପାଇକ ଖେଳ, ହରିବୋଲ, ହୁଳହୁଳି ଆଦି ଶବ୍ଦରେ ମାଙ୍କୁ ଗ୍ରାମ ପରିକ୍ରମା କରି ପୂଜାମଣ୍ଡପ କୁ ନେଇଥିଲେ।
ମଣ୍ଡପରେ ପହଞ୍ଚିବା ପରେ ପୂଜକ ସତ୍ୟବାନ ଅମାନ୍ତ ଓ ସତ୍ୟବାନ ବରାହ ମା ଙ୍କ ନୀତିକାନ୍ତି ଅନୁଯାୟୀ ପୂଜା ଅର୍ଚ୍ଚନା କରିଥିଲେ। ଦୂରଦୂରାନ୍ତରୁ ଆସିଥିବା ଭକ୍ତ ମାନେ ନିଜ ନିଜର ମନୋସ୍କାମନା ପୂରଣ ପାଇଁ ଉପବାସ ରହି ମାଙ୍କ ମଣ୍ଡପ ନିକଟରେ ମହିଳା ମାନେ ଅଧିଆ ପଡ଼ିବା ସହିତ ମାନସିକ ଥିବା ଛୋଟ ଛୁଆଙ୍କର ମୁଣ୍ଡନ କରାଇଥିଲେ। ପୂଜା ଶେଷରେ ମା ଙ୍କ ପାଖରେ ଲାଗୁଥିବା ପ୍ରସାଦ ପାଇ ଉପବାସ ଭଙ୍ଗ କରିଥିଲେ।

ମାଙ୍କ ମନ୍ଦିର ଚତୁଃପାର୍ଶ୍ଵ ଯାତ୍ରା ପଡିଆରେ ଖାଦ୍ୟ ଭୋଜନ ଦୋକାନ , ମହିଳା ମାନଙ୍କ ସଜବାଜ ଦୋକାନ, ଛୋଟ ପିଲାମାନଙ୍କ ଖେଳଣା ସମାଗ୍ରୀ ଭଳି ଅସ୍ଥାୟୀ ଦୋକାନ ମାନ ଖୋଲି ଭକ୍ତ ଙ୍କ ସମାଗମ ପାଇଁ ଆକୃଷ୍ଟ ସାଜିଛି । ମାଆଙ୍କ ଆଶୀର୍ବାଦ ଭିକ୍ଷା ପାଇଁ ଅନୁଗୋଳ ବିଧାୟକ୍ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ବଅଁରପାଳ ମଣ୍ଡଳ ସଭାପତି ପ୍ରତ୍ୟୁଷ ରଞ୍ଜନ ପଣ୍ଡା, ଚୌଧୁରୀ ପ୍ରଧାନ, ଅମିୟ ତ୍ରିପାଠୀ ପହଞ୍ଚିଥିଲେ। ଗ୍ରାମରେ ମାଙ୍କ ଯାତ୍ରା ଦୁଇଦିନ ଧରି ଚାଲିବା ସହିତ ଆଜି ପ୍ରଥମ ଦିନରେ ମାଙ୍କ ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ପୂଜା ଅର୍ଚ୍ଚନା କାର୍ଯ୍ୟ ସମ୍ପାଦନ ହୋଇଛି। ଗ୍ରାମ ପୂଜା କମିଟିର ସଭାପତି ତଥା ଗ୍ରାମ ସଭାପତି ଶ୍ରୀଯୁକ୍ତ ରଜନୀକାନ୍ତ ସିଂହ, ଉପ ସଭାପତି କୁମୁଦ ବିହାରୀ ସିଂହ, ଗ୍ରାମ ସରପଞ୍ଚ ମଣ୍ଟୁ ବରାହ, ପୂଜା କମିଟି ସମ୍ପାଦକ ଟିକନ ବରାହ, ସୁବାଷ ପଟ୍ଟନାୟକ, ସମ୍ପାଦକ ଦୟାନିଧି ବିଶ୍ଵାଳ, ଦିଲୀପ ସାମଲ ଓ ଗ୍ରାମର ବିଭିନ୍ନ କମିଟି ସଦସ୍ଯ ରହି ଶାନ୍ତିଶୃଙ୍ଖଳା ର ସହ ପୂଜାର୍ଚ୍ଚନା କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି ।
