ଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି (ସିସିଇଏ) ବୈଠକରେ ୨୦୨୫-୨୬ ବିପଣନ ଋତୁ ପାଇଁ ରବି ଫସଲ ଲାଗି ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସପି) ବୃଦ୍ଧିକୁ ଅନୁମୋଦନ କରାଯାଇଛି।
କୃଷକମାନଙ୍କୁ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ପ୍ରଦାନ ସୁନିଶ୍ଚିତ କରିବା ପାଇଁ ସରକାର ୨୦୨୫-୨୬ ବିପଣନ ଋତୁ ପାଇଁ ରବି ଫସଲର ଏମଏସପି ବଢ଼ାଇଛନ୍ତି । କଳା ଓ ଧଳା ସୋରିଷ ପାଇଁ ଏମଏସପିରେ ସର୍ବାଧିକ କ୍ୱିଣ୍ଟାଲ ପିଛା ୩୦୦ ଟଙ୍କା ବୃଦ୍ଧି କରାଯାଇଥିବା ବେଳେ ମସୁର ଏମଏସପି କ୍ୱିଣ୍ଟାଲ ପିଛା ୨୭୫ ଟଙ୍କା ବୃଦ୍ଧି ଘୋଷଣା କରାଯାଇଛି । ଚଣା, ଗହମ, କୁସୁମ ଓ ଯଅ ପାଇଁ କ୍ୱିଣ୍ଟାଲ ପିଛା ଏମଏସପି ଯଥାକ୍ରମେ ୨୧୦ ଟଙ୍କା, ୧୫୦ ଟଙ୍କା, ୧୪୦ ଟଙ୍କା ଓ ୧୩୦ ଟଙ୍କା ବୃଦ୍ଧି କରାଯାଇଛି ।
୨୦୨୫-୨୬ ବିପଣନ ଋତୁ ପାଇଁ ସମସ୍ତ ରବି ଫସଲର ଏମଏସପି ନିମ୍ନରେ ଦିଆଗଲା
(କୁଇଣ୍ଟାଲ୍ ପିଛା ଟଙ୍କା)
| S. No. | Crops | MSP RMS 2025-26 | Cost*of Production RMS 2025-26 | Margin over cost(in percent) | MSP RMS 2024-25 | Increase in MSP(Absolute) |
| 1 | Wheat | 2425 | 1182 | 105 | 2275 | 150 |
| 2 | Barley | 1980 | 1239 | 60 | 1850 | 130 |
| 3 | Gram | 5650 | 3527 | 60 | 5440 | 210 |
| 4 | Lentil (Masur) | 6700 | 3537 | 89 | 6425 | 275 |
| 5 | Rapeseed & Mustard | 5950 | 3011 | 98 | 5650 | 300 |
| 6 | Safflower | 5940 | 3960 | 50 | 5800 | 140 |
*ନିୟୋଜିତ ମାନବ ଶ୍ରମ, ବଳଦ ଶ୍ରମିକ/ମେସିନ୍ ଶ୍ରମିକ, ଭାଗରେ ଜମି ନେବା ପାଇଁ ଦିଆଯାଇଥିବା ଭଡ଼ା, ବିହନ, ସାର, ଖତ, ଜଳସେଚନ ଶୁଳ୍କ, ଯନ୍ତ୍ରପାତି ଓ କୃଷି କୋଠା ବାବଦରେ କରାଯାଇଥିବା ବ୍ୟୟ, ଚଳନ୍ତି ପୁଞ୍ଜି ଉପରେ ସୁଧ, ପମ୍ପ ସେଟ୍ ଚଳାଇବା ପାଇଁ ଡିଜେଲ/ବିଦ୍ୟୁତ୍ ଇତ୍ୟାଦି ସମସ୍ତ ଦେୟ ବାବଦରେ ହୋଇଥିବା ବ୍ୟୟ ଆଦି ସହିତ ଅନ୍ୟାନ୍ୟ ଖର୍ଚ୍ଚ ଏବଂ ପାରିବାରିକ ଶ୍ରମର ମୂଲ୍ୟକୁ ମିଶାଇ ଉତ୍ପାଦନ ଖର୍ଚ୍ଚ ହିସାବ କରାଯାଏ।
କେନ୍ଦ୍ର ବଜେଟ ୨୦୧୮-୧୯ ଘୋଷଣା ଅନୁଯାୟୀ, ସର୍ବଭାରତୀୟ ଭାରପ୍ରାପ୍ତ ହାରାହାରି ଉତ୍ପାଦନ ଖର୍ଚ୍ଚର ଅତି କମରେ ୧.୫ ଗୁଣ ସ୍ତରରେ ଏମଏସପି ନିର୍ଦ୍ଧାରଣ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହାକୁ ଅନୁସରଣ କରି, ବିପଣନ ଋତୁ ୨୦୨୫-୨୬ ପାଇଁ ବାଧ୍ୟତାମୂଳକ ରବି ଫସଲଗୁଡ଼ିକ ଏମଏସପି ବୃଦ୍ଧି କରାଯାଇଛି । ସର୍ବଭାରତୀୟ ଭାରପ୍ରାପ୍ତ ହାରାହାରି ଉତ୍ପାଦନ ଖର୍ଚ୍ଚ ତୁଳନାରେ ପ୍ରତ୍ୟାଶିତ ଅନ୍ତର ଗହମ ପାଇଁ ୧୦୫ ପ୍ରତିଶତ ଥିବା ବେଳେ କଳା ଓ ଧଳା ସୋରିଷ ପାଇଁ ୯୮ ପ୍ରତିଶତ; ଡାଲି ପାଇଁ ୮୯ ପ୍ରତିଶତ; ଚଣା ପାଇଁ ୬୦ ପ୍ରତିଶତ; ଯଅ ପାଇଁ ୬୦ ପ୍ରତିଶତ; ଏବଂ କୁସୁମ ପାଇଁ ୫୦ ପ୍ରତିଶତ ହେବ। ରବି ଫସଲର ଏହି ବର୍ଦ୍ଧିତ ଏମଏସପି କୃଷକମାନଙ୍କ ପାଇଁ ଲାଭଦାୟକ ମୂଲ୍ୟ ସୁନିଶ୍ଚିତ କରିବ ଏବଂ ଫସଲ ବିବିଧତାକୁ ପ୍ରୋତ୍ସାହିତ କରିବ ।
