• Fri. Oct 31st, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ବିୟୋଗରେ ଶୋକ ବ୍ୟକ୍ତ କଲେ ବଅଁରପାଳ ବ୍ଲକ ସାମ୍ବାଦିକ ସଂଘ

Bymamatanews

Mar 17, 2025
Spread the love

ବଅଁରପାଳ : ବିଶିଷ୍ଠ ରାଜନେତା, ବିଜେପିର ପୂର୍ବତନ ରାଜ୍ୟ ସଭାପତି ଓ ରାଷ୍ଟ୍ରୀୟ ଉପ ସଭାପତି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ୮୪ ବର୍ଷ ବୟସରେ ଦିଲ୍ଲୀ ଠାରେ ଆଜି ଦେହାନ୍ତ ହୋଇଛି। ଡକ୍ଟର ପ୍ରଧାନଙ୍କ ଦେହାନ୍ତରେ ଦେଶ ପାଇଁ ଅପୂରଣୀୟ କ୍ଷତି ହୋଇଛି । ସେ ପୂର୍ବରୁ ବାଜପେୟୀଙ୍କ ସରକାରରେ କେନ୍ଦ୍ରମନ୍ତ୍ରୀ ଭାବେ ଏବଂ ବିଜେପି ରାଜ୍ୟ ସଭାପତି ଭାବେ ତିନି ତିନି ଥର ରହି ନିଜର କାର୍ଯ୍ୟଦକ୍ଷତା ତଥା ଜନସେବାରେ ନିଜର ନିଷ୍ଠା ଓ ପାରଦର୍ଶିତା ଦେଖାଇଛନ୍ତି । ସମାଜ ଏବଂ ସଙ୍ଗଠନରେ ସମସ୍ତଙ୍କୁ ଭଲପାଇବା ସହିତ ଏକ ଅମାଇକ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ ଡକ୍ଟର ପ୍ରଧାନ। ତାଙ୍କ ଦିବଂଗତ ଆତ୍ମାର ସଦ୍‌ଗତି କାମନା କରିବା ସହ ଏଭଳି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗ ଏବଂ ବନ୍ଧୁଜନଙ୍କୁ ଅସୀମ ଧୈର୍ଯ୍ୟ ପ୍ରଦାନ କରିବା ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ବଅଁରପାଳ ବ୍ଲକ୍ ସାମ୍ବାଦିକ ସଂଘ ପକ୍ଷରୁ ଶୋକ ବ୍ୟକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *