• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଅର୍ଦ୍ଧଦଗ୍ଧ ମାନସିକ ବିକାର ଗ୍ରସ୍ତ ମହିଳାଙ୍କୁ ଉଦ୍ଧାର କଲେ ସମାଜସେବୀ

Bymamatanews

Mar 17, 2025
Spread the love

ଅନୁଗୋଳ ଜିଲ୍ଲା ମୁଖ୍ୟଚିକିତ୍ସାଳୟ କୁ ଚିକିତ୍ସା ନିମନ୍ତେ ଏକ୍ ଅର୍ଦ୍ଧଦଗ୍ଧ ମାନସିକ ବିକାର ଗ୍ରସ୍ତ ମହିଳାଙ୍କୁ ଉଦ୍ଧାର କଲେ ସମାଜସେବୀ ମାନେ ସ୍ଥାନାନ୍ତରିତ କରାଇଛନ୍ତି। ସମାଜସେବୀ ଙ୍କ କହିବା ଅନୁଯାୟୀ ଆଜି ଅପରାହ୍ଣ ୫ଟା ୩୦ ମିନିଟ୍ ସମୟରେ ଟାଟା ଷ୍ଟିଲ ମେରାମଣ୍ଡଳି କାରଖାନା ସମ୍ମୁଖ ରେ ଥିବା ମାର୍କେଟ କମ୍ପ୍ଲେକ୍ସ ରେ ଏହି ବାୟାଣୀ ତଥା ମାନସିକ ବିକାର ଗ୍ରସ୍ତ ମହିଳା ବୁଲି ବୁଲି ପାଣି ପିଉଥିବା ଦେଖିବାକୁ ମିଳିଥିଲା। କିନ୍ତୁ ପ୍ରାୟ ୬ ଘଟିକା ସମୟରେ ମାର୍କେଟ ନିକଟରେ ଥିବା ଏଚଡିଏଫସି ଏଟିଏମ ସମ୍ମୁଖରେ ପ୍ରାୟ ୫୦ ଭାଗ ରୁ ଉର୍ଦ୍ଧ ପୋଡିଜଳି ପଡି ରହିଥିବା ଦେଖିଥିଲେ। ତାଙ୍କୁ ଉଦ୍ଧାର ନିମନ୍ତେ ୧୧୨ ଯୋଗାଯୋଗ କରିଥିଲେ ମଧ୍ୟ ୧୧୨ ପକ୍ଷରୁ କୌଣସି ପ୍ରକାର ସାହାର୍ଯ୍ୟ ଚିକିତ୍ସା କରାଇବା ପାଇଁ ଉପଲବ୍ଧ ଯୋଗାଇ ପାରିଲେ ନାହିଁ। ଶେଷରେ ସେଠାରେ ଉପସ୍ଥିତ ଥିବା ସମାଜସେବୀ ତଥା ମାର୍କେଟ ସଦସ୍ୟ ସୁମନ୍ତ ସାହୁ, ସତ୍ୟଜିତ ସାହୁ, ସତ୍ୟବ୍ରତ ବିଶ୍ଵାଳ, ପଞ୍ଚୁନାଥ ସାହୁ, ବାବୁଲି ଦାସ ପୋଲିସ ର ସାହାର୍ଯ୍ୟ ଲୋଡି ଟାଟା ଷ୍ଟିଲ ମେରାମଣ୍ଡଳି କାରଖାନା କତୃପକ୍ଷ ଙ୍କୁ ଜଣାଇଥିଲେ। କାରଖାନା ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଅନୁଗୋଳ ଜିଲ୍ଲା ମୁଖ୍ୟଚିକିତ୍ସାଳୟ କୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତରିତ କରାଇଛନ୍ତି।

Leave a Reply

Your email address will not be published. Required fields are marked *