
ଅନଗୁଳ ପି ଟି ସି ହାଇ ସ୍କୁଲ ପରିସରରେ ଉପଖଣ୍ଡ ସ୍ତରୀୟ ଅଦ୍ଦୀକା କିଶୋରୀ ସୁଭଦ୍ରା ଦିବସ ପାଳନ କରାଯାଇଥିଲା। ଏଥିରେ ମାନ୍ୟବର ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଅନୁଗୁଳ ଉପ ଜିଲ୍ଲାପାଳ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ପ୍ରୋଗ୍ରାମ ଅଫିସର, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ବଅଁରପାଳ ଓ ଛେଣ୍ଡିପଡା ଉପସ୍ଥିତ ଥିଲେ। ରାଜ ଉତ୍ସବ ପାଳନ ସହିତ ଅଦ୍ଦୀକା କିଶୋରୀ ଓ କିଶୋର ମାନେ ନିଜର ପ୍ରତିଭା ଦେଖାଇବା ନିମନ୍ତେ ବିଭିନ୍ନ ପ୍ରକାରର ପ୍ରତିଯୋଗୀତା ଆୟୋଜନ କରାଯାଇଥିଲା। ପ୍ରତିଯୋଗୀ ମାନଙ୍କୁ ମାନ୍ୟବର ବିଧାୟକ ମହୋଦୟ ପୁରସ୍କୃତ ବିତରଣ କରିଥିଲେ। ଉପ ଜିଲ୍ଲାପାଳ କିଶୋରୀ କିଶୋର ମାନଙ୍କୁ ଆଧାର ପାଠ ନ ଛାଡିବା ପାଇଁ ବୁଝାଇଥିଲେ। ବିଧାୟକ ମହୋଦୟ ଖେଳ ଓ ଯୋଗ ଦ୍ଵାରା ଶରୀର ସୁସ୍ଥ ରହିବ ଓ ସ୍ଵଚ୍ଛତା ଅବଲମ୍ବନ କଲେ ରୋଗ ମୁକ୍ତ ହୋଇପାରିବା ଉପରେ ଆଲୋକପାତ କରିଥିଲେ।
