ତାଳଚେର, ମହାନଦୀ କୋଲଫିଲଡ ଲିମିଟେଡ଼ ର ସ୍ବତନ୍ତ୍ର ଭୂ-ଅର୍ଜନ କାର୍ଯ୍ୟାଳୟ ପକ୍ଷରୁ ପଞ୍ଚମ ମିଳିତ ଜମିହରାପ୍ରଜାଙ୍କ ପାଇଁ ତାଳଚେର ଉପ- ଜିଲ୍ଲାପାଳଙ୍କ ସଭାଗୃହଠାରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଶିବିର ଗତ ସୋମବାର ଅନୁଷ୍ଠିତ ହୋଇଯାଇଛି । ଏହି ଶୁଣାଣି ଶିବିରକୁ ଉପ- ଜିଲ୍ଲାପାଳ ସମୀର କୁମାର ଜେନା ମହୋଦୟ ଅଧ୍ୟକ୍ଷତା କରିଥିଲେ । ଶିବିରରେ ମହାନଦୀ କୋଲଫିଲଡ ଲିମିଟେଡ଼ ର ସ୍ବତନ୍ତ୍ର ଅର୍ଜନ ଅଧିକାରୀ ପ୍ରତାପ ହରି ପ୍ରଧାନ, ସମସ୍ତ କ୍ଷେତ୍ରର ଭୂମି ଅଧିଗ୍ରହଣ ଅଧିକ , ପୁନଃ ସ୍ଥାପନ ଏବଂ ପୁନଃ ଥଇଥାନ ଅଭିଯୋଗ ସମାଧାନ କାର୍ଯ୍ୟାଳୟ ର ଅଧିକାରୀ ପ୍ରେମାନନ୍ଦ ପ୍ରଧାନଙ୍କ ସହ ବିଭିନ୍ନ ଗ୍ରାମର ଜମିହରା ପ୍ରଜା ମାନେ ସେମାନଙ୍କ ଅଭିଯୋଗ ଦାଖଲ କରିଥିଲେ । ଶିବିରରେ ସମୁଦାୟ ୧୪ ଟି ଅଭିଯୋଗ ଗ୍ରହଣ ହୋଇ ସେଗୁଡିକର ଶୁଣାଣି ହୋଇଥିଲା । ଏହି ୧୪ ଟି ଅଭିଯୋଗ ମଧ୍ୟରୁ ୧୧ ଟି ଅଭିଯୋଗ ର ତୁରନ୍ତ ନିଷ୍ପତି ଗ୍ରହଣ କରାଯାଇଥିଲା ।
