ରଜରେ ସହରଠୁ ଗାଁ ସବୁଠି ଉସ୍ତବ ର ମାହୋଲ ଦେଖିବାକୁ ମିଳୁଛି । ରଜରେ ଦୋଳି ଖେଳିବା ରଜପାନ , ପୋଡପିଠା ଓ ମିଠା ଖାଇ ରଜକୁ ଧୁମ୍ ଧାମରେ ପାଳନ କରାଯାଇଛି। ଆଜି ଅନୁଗୋଳ ତଳମୁଳ ପାଟଣା ପଞ୍ଚାୟତ ଗ୍ରାମରେ ରଜ ମହୋସତ୍ସବ ବାବା ଧବଳେଶ୍ଵର ପୂଜା କମିଟି ଦ୍ଵାରା ୨ଦିନ ଧରି ଚନ୍ଦନ ଯାତ୍ରା ପଡିଆ ରେ ଅନୁଷ୍ଠିତ ହୋଇଥିଲା।

ଆଜି ଉଦଯାପନୀ ଦିବସରେ ମୂଖ୍ୟ ଅତିଥି ସରପଞ୍ଚ ସୋନାଲି ମହାପାତ୍ର, ବିଜେଡି ଗ୍ରାମ ସଭାପତି ଅମରେଶ ସାହୁ,ସନ୍ତୋଷ ସାହୁ ଧବଳେଶ୍ଵର ପୂଜା କମିଟି ସଭାପତି,ଜିତେନ୍ଦ୍ର ସାହୁ ସମ୍ପାଦକ, ସମାଜସେବୀ ମଧୁସୂଦନ ସାହୁ ଏବଂ ମଦନ ସାହୁ,ପ୍ରଦୀପ ସାହୁ (ଆୟୋଜକ କମିଟି),ଅବନୀ କୁମାର ସାମଲ ମଞ୍ଚ ପରିଚାଳନା କରିଥିଲେ।ମହିଳା ଏବଂ ଯୁବତୀ ମାନେ ଏକାଠି ହୋଇ ଝୋଟି ଚିତା ପକାଇ ଦୋଳି କୁ ଫୁଲ ବେଲୁନ୍ ରେ ସଜାଇ ଥିଲେ। ଦୋଳି ଖେଳ ସହ ମହିଳା ଏବଂ ଯୁବତୀ ମାନ ଙ୍କ ମଧ୍ୟ ରେ ଗୀତ, ନାଚ, ମିୟୁଜିକ ଚେୟାର,ପୁଚି ଖେଳ ହୋଇଥିବା ବେଳେ କୁନି ପିଲାମାନଙ୍କର ମଧ୍ୟ ବିଭିନ୍ନ ପ୍ରକାର ପ୍ରତିଯୋଗିତା ହୋଇଥିଲା। ଶେଷରେ ଅତିଥି ମାନଙ୍କ ଗହଣରେ କୃତି ପ୍ରତିଯୋଗିଙ୍କୁ ମାନପତ୍ର ସହ ପୁରସ୍କୃତ କରାଯାଇଥିଲା।

