• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ନେବା ସହ ଟାମଡା ମାର୍କେଟ ନାଟ୍ୟ ମଣ୍ଡପ ର ଉଦ୍ଘାଟିତ କଲେ ଯୁବ ସମାଜସେବୀ

Bymamatanews

Oct 17, 2024
Spread the love

ଅନୁଗୋଳ ଜିଲ୍ଲା ବଅଁରପାଳ ଟାମଡା ମାର୍କେଟ ରେ ଥିବା ବହୁ ପୁରାତନ ନାଟ୍ୟ ମଣ୍ଡପ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ବେଳେ ମାର୍କେଟ ର ସମସ୍ତ ସଦସ୍ୟ ଙ୍କ ଅନୁରୋଧ କ୍ରମେ ବିଶିଷ୍ଟ ସମାଜ ସେବୀ ତଥା ପୂର୍ବତନ ଏମପି ପାର୍ଥି ଡାଃ ଅବିନାଶ ସାମଲଙ୍କ ପ୍ରୋତ୍ସାହନରେ ନାଟ୍ୟ ମଣ୍ଡପର ପୁନଃଉଦ୍ଧାର କାର୍ଯ୍ୟ ହୋଇଥିଲା। ଗୁରୁବାର କମିଟ ସଦସ୍ୟଙ୍କ ଅନୁରୋଧ କ୍ରମେ ଡାଃ ଅବିନାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ମଣ୍ଡପ କୁ ଉଦ୍ଘାଟନ କରିଥିଲେ। ପରବର୍ତ୍ତୀ ସମୟରେ ଡାଃ ଅବିନାଶ ଓ ଯୁବ ନେତା ଅରୁଣାଭ ମା ଲକ୍ଷ୍ମୀଙ୍କ ସମସ୍ତ ପୂଜା ମଣ୍ଡପ ବୁଲି ଆଶୀର୍ବାଦ ନେବା ସହ ଜନସାଧାରଣ ଙ୍କ ମଧ୍ୟରେ କିଛି ସମୟ ବିତାଇଥିଲେ ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅରୁଣାଭ ସିଂ, ପରିଷଦ ଗୋପାଳ ଚନ୍ଦ୍ର ନାଏକ ଅନ୍ୟତମ ଅତିଥି ଭାବେ ଯୋଗଦେଇଥିଲେ। କମିଟ ସଭାପତି ଦୁଷ୍ମନ୍ତ କୁମାର ସେନାପତି, ସମ୍ପାଦକ ନଟବର ବେହେରା, ବଅଁରପାଳ ସରପଞ୍ଚ ଅନୁସୟା ଗଡ଼ନାୟକ, ସମିତି ସଭ୍ୟ ଜନନୀ ଭୋଇ ଙ୍କ ସହ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *