ଅନୁଗୋଳ : ବଅଁରପାଳ ବ୍ଲକ ବଳରାମପ୍ରସାଦ ପଞ୍ଚାୟତ କଇଁଫୁଲିଆ ସାହିର ସ୍ୱର୍ଗତ ରତ୍ନାକର ବିଶ୍ଵାଳଙ୍କ ପୁଅ ଯୋଗେଶ୍ୱର ବିଶ୍ୱାଳଙ୍କ (୭୫) ହୃଦଘାତରେ ମୃତ୍ୟୁ ହୋଇଯାଇଛି। ସୂଚନା ଅନୁଯାୟୀ ଶ୍ରୀ ବିଶ୍ୱାଳ ସବୁ ଦିନ ପରି ଆଜି ସକାଳେ ଖିଆ ପିଆ କରି ବସିଥିବା ସମୟରେ ହଠାତ ଛାତି ରେ ଯନ୍ତ୍ରଣା ଅନୁଭବ କରିଥିଲେ। ସଙ୍ଗେ ସଙ୍ଗେ ପରିବାରବର୍ଗ ଯୋଗେଶ୍ୱରଙ୍କୁ ବଳରାମ ପ୍ରସାଦ ESIC ଚିକିତ୍ସାଳୟକୁ ନେଇ ଯାଇଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶ୍ରୀ ବିଶ୍ୱାଳ ସମାଜ ସେବାରେ ସେ ଅଞ୍ଚଳରେ ଆଗ ଧାଡି ଠିଆ ହୋଇ ଲୋକଙ୍କ କାମ କରନ୍ତି ଓ ଆମ ପୋଲିସ ସମିତିର ସଭାପତି ହୋଇଥିଲେ। ବିଗତ ବର୍ଷରେ ଯୋଗେଶ୍ୱରଙ୍କ ନିଜ ଘର ସାମ୍ନାରେ ଏକ ରାହାସ ବାଡ଼ି କେନ୍ଦ୍ରକରି ବହୁ ବାର ବିବାଦ ହୋଇଥିଲା ଏହି ବିବାଦକୁ ଯୋଗେଶ୍ୱର ବଅଁରପାଳ ବ୍ଲକର କନିଷ୍ଠ ଯନ୍ତ୍ରୀ , ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ଡି.ଆଇ.ଜି, ମୁଖ୍ୟମନ୍ତ୍ରୀ, ମାନବାଧିକାର କମିଶନରଙ୍କ ଠାରେ ଦ୍ୱାରସ୍ଥ ମଧ୍ୟ ହୋଇଥିଲେ। ଶେଷରର ଉଚ୍ଚ ନ୍ୟାୟରେ ଦ୍ୱାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଥିଲେ । ନାଲକୋ ର ପୂର୍ବତନ ଥାନା ଅଧିକାରିଣୀ ଯୋଗେଶ୍ୱରଙ୍କ ଘରେ ରାତି ଅଧରେ ପଶି ଧମକ ଦେବା ସେଇ ସମୟରେ ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଦୋଷୀ ଅଧିକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତ୍ୱରିତ ନ୍ୟାୟ ନମିଳିଲେ ଆତ୍ମହତ୍ୟା କରିବାକୁ ବାଧ୍ଯ ହେବି ବୋଲି ଲିଖିତ ଭାବେ ଜଣାଇ ଥିଲେ ଏଥିପାଇଁ ପୋଲିସ ପ୍ରଶାସନକୁ କାଠ ଗଡାକୁ ନେଇଥିଲେ ଓ ଦାୟୀ ରହିବେ ବୋଲି ସେଇ ସମୟରେ ଲିଖିତ ଅଭିଯୋଗରେ ଦର୍ଶାଇଥିଲେ ଯୋଗେଶ୍ୱର। ଆଜି ଦିନ ୧୧ ଘଟିକା ସମୟରେ ତାଙ୍କ ମୃତ୍ୟୁ ରେ ସାରା ଅଞ୍ଚଳରେ ଶୋକ ର ଛାୟା ଖେଳି ଯାଇଛି। ମୃତ୍ୟୁ ବେଳକୁ ଏକ ମାତ୍ର ପୁଅ, ବୋହୁ, ଝିଅ, ଜ୍ୱାଇଁ, ନାତି ନାତୁଣୀ ଓ ଆତ୍ମୀୟ ସ୍ୱଜନ ମାନେ ଉପସ୍ଥିତ ଥିଲେ ।
