• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ରୁ ଚୋରୀ

Bymamatanews

Dec 17, 2024
Spread the love

ଅଙ୍ଗନବାଡ଼ି ଶିଶୁଙ୍କ ଖାଦ୍ୟକୁ ଛାଡିଲେ ନାହିଁ ଦୃବର୍ତ୍ତ

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ନିକଟସ୍ତ ଗଡସନ୍ତ୍ରୀ ଗ୍ରାମ ପଞ୍ଚାୟତର ସରପଞ୍ଚ ଟଙ୍କଧର ବେହେରା ପଞ୍ଚାୟତ କାର୍ଯ୍ୟାଳୟ ରୁ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି। ସରପଞ୍ଚ ଙ୍କ ସୂଚନା ମୁତାବକ ସକାଳ ସାତଟା ବେଳେ ପଞ୍ଚାୟତକୁ ଆସିଥିବା ବେଳେ ଦେଖିବାକୁ ପାଇଲେ କି ଦୁବୃର୍ତ୍ତ ମାନେ ପଞ୍ଚାୟତ କାର୍ଯ୍ୟାଳୟ, ଅଙ୍ଗନୱାଡି କେନ୍ଦ୍ର, ସୁବିଧା କେନ୍ଦ୍ର, ରାଜୀବ ଗାନ୍ଧି ସେବା କେନ୍ଦ୍ର ଓ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟ ତାଲା ଭାଙ୍ଗି ଚୋରି କରିଛନ୍ତି। ତେଣୁ ସରପଞ୍ଚ ଥାନା ଅଧିକାରୀ, ବ୍ଲକର ସିଡ଼ିପିଓ , ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବ୍ଲକ ଅଧ୍ୟକ୍ଷ ଏବଂ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଜଣାଇବା ପରେ ସକାଳ ଦଶଟା ବେଳେ ଯାଇ ଦେଖିଲା ବେଳକୁ ପଞ୍ଚାୟତ ରୁ ଏଲଇଡି ଟିଭି, ଇନଭରଟର, ୨ଟି କମ୍ପ୍ୟୁଟର ସେଟ୍ ଓ କିଛି ସାମଗ୍ରୀ ଓ ଷ୍ଟାଣ୍ଡ ଫ୍ୟନ ଚୋରି ହୋଇଥିବା ବେଳେ ଅଙ୍ଗନୱାଡି କେନ୍ଦ୍ରରୁ ଦେଢ଼ କ୍ଵିଣ୍ଟାଲ ଚାଉଳ, ଓଜନ ମେସିନ୍ ଓ ଛୋଟ ପିଲା ମାନଙ୍କର ଖେଳନା ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି।ତେବେ ଥାନା ରେ ଅଭିଯୋଗ ପରେ ଅଞ୍ଚଳରେ ପୋଲିସ ଛାନଭିନ୍ ଜୋରଦାର ଆରମ୍ଭ କରିବା ସହ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଅଙ୍ଗନବାଡ଼ି କେନ୍ଦ୍ର ଚୋରି ହେବା ନେଇ ଏବେ ପଞ୍ଚାୟତ ରେ ଚର୍ଚ୍ଚା ର କେନ୍ଦ୍ରବିନ୍ଦୁ ପାଲଟିଛି।

Leave a Reply

Your email address will not be published. Required fields are marked *