• Thu. Oct 30th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଅଜା ର ଟାଙ୍ଗିଆ ଚୋଟ ରେ ନାତି ଗୁରୁତ୍ତର

Bymamatanews

Jan 18, 2025
Spread the love

ନାତିକୁ ଟାଙ୍ଗିଆ ରେ ଆକ୍ରମଣ କରିବା ଅଭିଯୋଗରେ ରେ ଥାନାରେ ଅଜା ଅଟକ। ପୁଲିସ ସୂଚନା ଅନୁଯାୟୀ ନାଲକୋ ଥାନା କୁଲାଡ ଗ୍ରାମରେ ଆଜି ସନ୍ଧ୍ୟା ୫ଘଟିକା ସମୟ ରେ ସୋମବାରି ଦେହୁରୀଙ୍କ ୧୪ବର୍ଶୀ ପୁଅ ଘର ବାହାରେ ଖେଳୁଥିଲା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି
ସୋମବାରିଙ୍କ ଦଦାସ୍ଵରୂ ପର୍ଶୁରାମ ଦେହୁରୀ (୫୫) ଏକ ଧାରୁଆ ଟାଙ୍ଗିଆ ରେ ଆକ୍ରମଣ କରିଥିଲା। ଆକ୍ରମଣ କରିବା ପରେ ୧୪ ବର୍ଷୀୟ ପୁଅର କାନ ମୂଳ ରେ ବାଜିବାରୁ ଅଚେତ୍ ହୋଇ ପଡ଼ି ଯାଇଥିଲେ। ପରେ ପାରିବାର ପକ୍ଷରୁ ତୁରନ୍ତ ଅନଗୁଳ ଜିଲ୍ଲା ଡାକ୍ତରଖାନା କୁ ନେଇ ଚିକିତ୍ସା କରିଥିଲେ।ଖବର ପାଇ ନାଲକୋ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ଅଜାକୁ କାବୁ କରିବାରେ ସଫଳ ହୋଇଥିଲା। ଘଟଣା ସ୍ଥଳରୁ ପୁଲିସ ଏକ ଟାଙ୍ଗିଆ କୁ ଜବତ କରିଛି।

Leave a Reply

Your email address will not be published. Required fields are marked *