• Thu. Oct 30th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ସଂକଳ୍ପ ପଦଯାତ୍ରା ନେଇ କଂଗ୍ରେସ ର ପୂର୍ବତନ ଓବିସି ସେଲ ସଭାପତିଙ୍କ ସାମ୍ବାଦିକ ସମ୍ମିଳନୀ

Bymamatanews

Feb 18, 2025
Spread the love

ଅନୁଗୁଳ ସୋମବାର ଦିବା ୧୧ ଘଟିକା ସମୟରେ ସହରର ଏକ ହୋଟେଲ ରେ
ପୂର୍ବତନ କଂଗ୍ରେସ ଓବିଶି ସେଲ ସଭାପତି ପ୍ରବୋଧ କୁମାର ସ୍ୱାଇଁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଥିଲେ। ପ୍ରଦେଶ କଂଗ୍ରେସ କମିଟି ସଭାପତି ଭାବେ ଭକ୍ତ ଚରଣ ଦାସ ମନୋନୀତ ହେବା ପରେ ତାଙ୍କୁ ଏବଂ ସେ ନେଇଥିବା ଯୁଗାନ୍ତକାରୀ ପଦେକ୍ଷପକୁ ଶ୍ରୀ ସ୍ବାଇଁ ସ୍ୱାଗତ କରିବା ସହିତ ଶ୍ରୀଯୁକ୍ତ ଦାସଙ୍କର ସଂକଳ୍ପ ପଦଯାତ୍ରା କୁ କିପରି ସଫଲତାର ସହିତ ସମାପନ କରାଯାଇ ପରିବା ଏବଂ ଆଗାମୀ ଦିନରେ କଂଗ୍ରେସ କିଭଳି ସୁଦୃଢ଼ ହେବ ଏବଂ ପଞ୍ଚାୟତ ନିର୍ବାଚନ ହେଉ ଅବା ପୌର ନିର୍ବାଚନରେ ଶ୍ରୀ ଦାସଙ୍କ ନେତୃତ୍ବରେ ଦଳ ବିଜୟ ଲାଭ କରିବ ବୋଲି ଶ୍ରୀ ସ୍ବାଇଁ ମତ ବ୍ୟକ୍ତ କରିବା ସହିତ ସଂକଳ୍ପ ପଦଯାତ୍ରା ରେ ମତାନ୍ତର ମନାନ୍ତର ଭୁଲି ପ୍ରତ୍ୟେକ କଂଗ୍ରେସ ପ୍ରେମୀ ବ୍ୟକ୍ତି ବିଶେଷ ମାନେ ସଂକଳ୍ପ ପଦଯାତ୍ରା ରେ ସାମିଲ୍ ହେବାକୁ ଶ୍ରୀ ସ୍ବାଇଁ ନିବେଦନ କରିବା ସହିତ ଆଗାମୀ ଦିନରେ କଂଗ୍ରେସ କ୍ଷମତା କୁ ଆସିବ ବୋଲି ଶ୍ରୀ ସ୍ବାଇଁ ଦମ୍ଭୋକ୍ତି ପ୍ରକାଶ କରିବା ସହିତ ଆଗାମୀ ଦିନ ରେ କଂଗ୍ରେସ ର ହାତ ମୁଠାକୁ ଟାଣ କରିବା ପାଇଁ ଏବଂ ଶ୍ରୀ ଭକ୍ତ ଦାସ ଙ୍କୁ ହାତ ମୁଠ କୁ ଟାଣ କରିବା ପାଇଁ ସମସ୍ତଙ୍କୁ ନିବେଦନ କରିଛନ୍ତି । ଶ୍ରୀଯୁକ୍ତ ଭକ୍ତ ଦାସ୍ ପିସିସି ସଭାପତି ଭାବେ ପ୍ରଥମେ ଦଳର ସମସ୍ତ ନିଲମ୍ବିତ ନେତାଙ୍କ ଉପରୁ କଟକଣା ଉଠାଇଦେବାପରେ ଉତ୍ସାହିତ ବହୁ ନେତା ଏବେ କଂଗ୍ରେସ ଘରବାହୁଡା଼ ହେଉଛନ୍ତି ବୋଲି ପ୍ରବୋଧ ସ୍ୱାଇଁ ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *