• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ନାବାଳିକା ନିଖୋଜ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ୱାରସ୍ଥ ପରିବାରବର୍ଗ

Bymamatanews

Feb 18, 2025
Spread the love

କେଶର ତଦନ୍ତ ପ୍ରକ୍ରିୟାରେ ସନ୍ଦେହ ପ୍ରକଟ କରିଲା ନାବାଳିକାର ମା

ଅନୁଗୋଳ ଜିଲ୍ଲା ଅନୁଗୋଳ ସଦର ଥାନା ଅନ୍ତର୍ଗତ ଜଣେ ମହିଳା ତାଙ୍କ ନାବାଳିକା ଝିଅକୁ ତାଙ୍କ ଗ୍ରାମର ଗୋଟିଏ ପରିବାର କେଉଁ ଜାଗାରେ ରଖିଥିବା ନେଇ ଜିଲାପାଳଙ୍କୁ ଅଭିଯୋଗ କରିଛନ୍ତି। ମିଳିଥିବା ଖବର ଅନୁସାରେ ସଦର ଥାନା ଅଞ୍ଚଳର ଟୁନି ନାମକ ଜଣେ ମହିଳା ଆଜି ଜିଲାପାଳଙ୍କୁ ଅଭିଯୋଗ କରିଛନ୍ତି କି ତାଙ୍କର ୧୭ ବର୍ଷର ଝିଅକୁ ତାଙ୍କ ଗ୍ରାମର ଗୋଟିଏ ପରିବାର କୁ ଶିକ୍ଷା ଦେଇ ଆଜିକୁ ତିନି ମାସ ହେବ କେଉଁ ଜାଗାରେ ରଖିଛନ୍ତି ଯେ ଟୁନିଙ୍କ ପରିବାର କୌଣସି ସନ୍ଧାନ ପାଇ ପାରୁ ନାହାଁନ୍ତି। ଝିଅର ନିଖୋଜ ନେଇ ସଦର ଥାନାରେ ମଧ୍ୟ ଅଭିଯୋଗ କରିଛନ୍ତି କିନ୍ତୁ ପ୍ରାୟ ଦୁଇ ମାସରୁ ଉର୍ଦ୍ଧ ହୋଇଯାଇଥିଲେ ମଧ୍ୟ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ବୋଲି ଗଣ ମାଧ୍ୟମ ରେ ପ୍ରକାଶ କରୁଛନ୍ତି ମା ।
ଏନେଇ ନାବାଳିକାଙ୍କ ପରିବାର ପକ୍ଷରୁ ଆଜି ଜିଲାପାଳଙ୍କୁ ଅଭିଯୋଗ ପାଇଁ କାର୍ଯ୍ୟାଳୟ ଦ୍ୱାରସ୍ଥ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *