• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ହାଇୱା ଟ୍ରକ୍ ଓ ଆକ୍ଟିଭା ସ୍କୁଟର୍ ମୁହାମୁହିଁ ଧକ୍କା

Bymamatanews

Feb 18, 2025
Spread the love

ଦୁଇ ମୃତ ଜଣେ ଗୁରୁତ୍ତର

ଅନୁଗୋଳ ଟାଉନ ଥାନା ଅନ୍ତର୍ଗତ ଗାନ୍ଧୀ ମାର୍ଗ ତଥା ଅମଲାପଡା ହନୁମାନ ମନ୍ଦିର ନିକଟରେ ହାଇୱା ଧକ୍କାରେ ଦୁଇ ମୃତ ଜଣେ ଗୁରୁତ୍ତର ହୋଇଛନ୍ତି। ମୃତକ ମାନେ ହେଲେ ଟେଣ୍ଟଲୋଇ ଗ୍ରାମର ଲବଣୀ ନାଏକ ଙ୍କ ପୁଅ ସର୍ବେଶ୍ଵର ନାଏକ, ଗୋପାଳ ପ୍ରସାଦ ପାଟଣା ସାହିର ଦୁର୍ଯ୍ୟୋଧନ ନାଏକ ଙ୍କ ପୁଅ ଦୁଷ୍ମନ୍ତ ନାଏକ ଓ ଗୁରୁତ୍ତର ଜଣଙ୍କ ହେଲେ ବଡ ଜୋରଡା ଗ୍ରାମର ପଞ୍ଚୁ ନାଏକଙ୍କ ପୁଅ ସୁଜିତ ନାଏକ ବୋଲି ଜଣା ପଡିଛି।

ସୂଚନା ଯେ, ଆକ୍ଟିଭା ସ୍କୁଟର୍ OD 19 G 1181 ନମ୍ବର ଯୋଗେ ତିନିଜଣ DIC ଛକ ଆଡୁ ଶିମିଳିପଡା ଆଡକୁ ଯାଉଥିବା ବେଳେ ପଛରୁ ଆସୁଥିବା ଏକ ହାଇୱା OD 35 G 7721 ଧକ୍କା ଦେଇ ଘୋଷାଡ଼ି ନେଇଥିଲା। ଯାହା ଫଳରେ ଘଟଣା ସ୍ଥଳରେ ହିଁ ଦୁଷ୍ମନ୍ତ ନାଏକଙ୍କର ମୃତ୍ୟୁ ଘଟି ଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ଗୁରୁତ୍ତର ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ସର୍ବଶ୍ୱେରଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ସୁଜିତ୍ ଗୁରୁତ୍ତର ଭାବେ ଚିକିତ୍ସା ହେଉଛନ୍ତି। ଘଟଣା ସ୍ଥଳରେ ଚାପ ଉତେଜନା ପ୍ରକାଶ ପାଇଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *