ନୂଆ ଫଣ୍ଡା ରେ ଲୁଟିବାରେ ଆପଣାଉଛନ୍ତି ଦୃବର୍ତ୍ତ
ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ନିକଟ ବନ୍ଦା ପଞ୍ଚାୟତ ରେ ଦୁଇ ଜଣ ଯୁବକ ମହିଳାଙ୍କ ବେକରୁ ସୁନା ଅଳଙ୍କାର ଝାମ୍ପି ନେଇଥିବା ଥାନାରେ ଅଭିଯୋଗ। ଲୁଟ ର ଶିକାର ହୋଇଛନ୍ତି ବନ୍ଦା ପଞ୍ଚାୟତ ଗିରିଗୋବର୍ଦ୍ଧନପୁର ସାହି ର ସୁଧାକର ସାହୁଙ୍କ ସ୍ତ୍ରୀ କୁନି ସାହୁ। ସୂଚନା ମୁତାବକ ଫେବୃୟାରୀ ୧୬ ତାରିଖ ସନ୍ଧ୍ୟା ୬ ଘଟିକା ସମୟରେ ମହିଳା ଜଣଙ୍କ ଘର ଗେଟ ନିକଟରେ ଛିଡା ହୋଇଥିବା ବେଳେ ଦୁଇ ଯୁବକ ଘର ଭଡା ସନ୍ଧାନରେ ଆସି ପଚରାଉଚରା କରିଥିଲେ। ମହିଳା ଜଣଙ୍କୁ ଏକୁଟିଆ ଦେଖି ଦୁଇ ଯୁବକ ମହିଳାଙ୍କ ବେକରୁ ସୁନା ଚେନ ଓ ମଙ୍ଗଳସୂତ୍ର ଟାଣି ଛିଣ୍ଡାଇ ବାଇକ ଯୋଗେ ଚମ୍ପଟ ମାରିଥିଲେ ମହିଳା ଜଣଙ୍କ ସ୍ୱାମୀଙ୍କୁ ଘରକୁ ଯାଇ ଜଣାଇଥିଲେ। ସୁଧାକର ଓ ପଡୋଶୀ ଲୋକେ ଅଞ୍ଚଳରେ ଖୋଜାଖୋଜି ବହୁତ କରିଥିଲେ ମଧ୍ୟ କିଛି ସନ୍ଧାନ ମିଳିନଥିବ ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଥାନା ପକ୍ଷରୁ ମାମଲା ରୁଜୁ ତଦନ୍ତ ଆରମ୍ଭ କରିଛନ୍ତି।
