• Thu. Oct 30th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଯାଜପୁର ଗସ୍ତରେ ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ବିକାଶ ମନ୍ତ୍ରୀ

Bymamatanews

Apr 18, 2025
Spread the love

ଯାଜପୁର ଜିଲ୍ଲା ଗସ୍ତ ସମୟରେ ଚଣ୍ଡିଖୋଲ ଠାରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ଛାତ୍ରାବାସ ପରିଦର୍ଶନ କଲେ ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ବିକାଶ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ପିଲାଙ୍କ ପାଇଁ ଉଦ୍ଧିଷ୍ଟ ଥିବା ଛାତ୍ରାବାସ। ପରିଦର୍ଶନ ପରେ ଦୁଃଖ ପ୍ରକାଶ କରିଛନ୍ତି ମନ୍ତ୍ରୀ।

ହଷ୍ଟେଲରେ କେଉଁଠି କାନ୍ଥ ଫାଟି ଆଁ କରିଛି ତ କେଉଁଠି ସିମେଣ୍ଟ ଅତଡା ଖସି ପଡ଼ିଛି ଆଉ କେଉଁଠି ଅପରିଷ୍କାର ହୋଇ ପଡ଼ିଛି ହଷ୍ଟେଲ ଗୃହ। ଯାହାକି ବିଦ୍ୟାର୍ଥୀମାନଙ୍କ ପାଇଁ ପଢ଼ା ଉପଯୋଗୀ ସ୍ଥାନ ନୁହଁ। ଏଭଳି ପରିସ୍ଥିତିରେ ଯାଜପୁର ଜିଲ୍ଲାପାଳଙ୍କ ସହିତ ଯୋଗାଯୋଗ କରି ଏଥିରେ ସୁଧାର ଆଣିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାପରେ ବ୍ୟକ୍ତିଗତ ଭାବେ ଏହାର ଅଗ୍ରଗତି ସମ୍ପର୍କରେ ସମସ୍ତ ବିବରଣୀ ମଧ୍ୟ ନେବେ ବୋଲି ଜଣାଇଛନ୍ତି ।

ଦୀର୍ଘ ବର୍ଷ ଧରି ପୂର୍ବ ସରକାର ବିକାଶର ଡିଣ୍ଡିମ ପିଟୁଥିଲେ। ବାସ୍ତବରେ ଏହା କଣ ବିକାଶ? ଏବେ କିନ୍ତୁ ଆଉ ଏମିତି ଚାଲିବନି। ସ୍ଵଚ୍ଛ, ନିର୍ମଳ ଏବଂ ଉତ୍ତମ ପରିବେଶରେ ପିଲା ପାଠ ପଢିବେ, ଏ ଦାୟିତ୍ୱ ଆମ ସମସ୍ତଙ୍କର। ରାଜ୍ୟର କୌଣସି ସ୍ଥାନର ଏଭଳି ଚିତ୍ରକୁ ଗ୍ରହଣ କରାଯିବନି। ସମସ୍ତ ଜିଲ୍ଲାପାଳ, ଜିଲ୍ଲାମଙ୍ଗଳ ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ସମସ୍ତ ଦାୟିତ୍ୱ ନିର୍ବାହ କରୁଥିବା ସରକାରୀ କର୍ମଚାରୀ ଏଥି ପ୍ରତି ଦୃଷ୍ଟି ଦେବା ଦରକାର। ଅବହେଳା କରୁଥିବା କର୍ମଚାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିଜ ‘x’ ଏକାଉଣ୍ଟ୍ ରେ ଟୁଇଟ କରି ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *