• Thu. Oct 30th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଜିଲ୍ଲା ସ୍ତରୀୟ ଓଡିଶା ଭିଜନ-୨୦୩୬ ଓ ୨୦୪୭

Bymamatanews

Jun 18, 2025
Spread the love

ବିକଶିତ ଓଡିଶା ପାଇଁ ବିକଶିତ ଅନୁଗୋଳ ପରାମର୍ଶ କର୍ମଶାଳା ଆୟୋଜିତ ।

ଅନୁଗୋଳ :- ତା.୧୮.୦୬:- ଆଜି ଅପରାହ୍ନରେ ସ୍ଥାନୀୟ ବ୍ଲାକ ଡାଇମଣ୍ଡ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ସ୍ତରୀୟ ଓଡିଶା ଭିଜନ-୨୦୩୬ ଓ ୨୦୪୭, ବିକଶିତ ଓଡିଶା ପାଇଁ ବିକଶିତ ଅନୁଗୋଳ ପରାମର୍ଶ କର୍ମଶାଳା ଆୟୋଜିତ ହୋଇଯାଇଛି । ଏହି କର୍ମଶାଳାରେ ମାନ୍ୟବର ଢେଙ୍କାନାଳ ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣି, ମାନ୍ୟବର ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ମାନ୍ୟବର ପାଳଲହଡା ବିଧାୟକ ଶ୍ରୀ ଅଶୋକ ମହାନ୍ତି, ମାନ୍ୟବର ଛେଣ୍ଡିପଦା ବିଧାୟକ ଶ୍ରୀ ଅଗସ୍ତି ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ବବିତା ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ, ଜିଲ୍ଲା ପରିଷଦର ମୁଖ୍ୟ ଊନ୍ନୟନ ଅଧିକାରୀ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଦେବଦତ୍ତ ମହନ୍ତ, ଜିଲ୍ଲା ପରିଷଦର ଅତିରିକ୍ତ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ପଦ୍ମନାଭ ସାମନ୍ତରାୟ, ପ୍ରଫେସର ଶାନ୍ତନୁ କୁମାର ସର, ଅବସରପ୍ରା ପ୍ରଶାସକ ଡ.ଧରଣୀ ଧର ନାଥ ପ୍ରମୁଖ ଉପସ୍ଥିତ ଥିଲେ । ଏହି କର୍ମଶାଳାରେ ଅନୁଗୋଳ ଜିଲ୍ଲାର ଅର୍ଥନୈତିକ , ସାମାଜିକ, ଶିକ୍ଷା, ସ୍ବାସ୍ଥ୍ୟ, ପରିବେଶ, ସାଂସ୍କୃତିକ ବିକାଶ ଉପରେ ଗଭୀର ଆଲୋଚନା ହୋଇଥିଲା ।

ଏହି କର୍ମଶାଳାର ଉଦ୍ଦେଶ୍ୟ ହେଉଛି ଜିଲ୍ଲାର ସମ୍ପୂର୍ଣ୍ଣ ବିକାଶ ନିମନ୍ତେ ସମ୍ମିଳିତ ଯୋଜନା ଓ କାର୍ଯ୍ୟ ଯୋଗ୍ୟ ରଣନୀତି ତିଆରି କରିବା । ଏହି ଅବସରରେ ଅନୁଗୋଳ ଡିଫେନ୍ସ ଭେଟେରାନ୍ ଆସୋସିଏସନର ସଭାପତି ଶ୍ରୀ ଅନିଲ କୁମାର ମହାନ୍ତି ଓ ଅନ୍ୟ ସଦସ୍ୟମାନେ ଅଂଶଗ୍ରହଣ କରି ଯୁବପିଢିଙ୍କୁ ଊନ୍ନତ ଧରଣର ପ୍ରଶିକ୍ଷଣ କିପରି ଭାବେ ଦିଆଯାଇ ଆର୍ମା ଓ ପାରା ମିଲିଟାରୀ ଫୋର୍ସରେ ଯୋଗ ଦେବା ପାଇଁ ପ୍ରସ୍ତୁତ କରାଯାଇପାରିବ ସେଥ‌ିନିମନ୍ତେ ମନ୍ତବ୍ୟ ରଖୁଥିଲେ । ଏହି ଅବସରରେ ଯୋଗ ଦେଇଥିବା ବୁଦ୍ଧିଜିବୀମାନେ ବିଭିନ୍ନ ବିଷୟ ଯେପରିକି ଶିକ୍ଷା, ସ୍ବାସ୍ଥ୍ୟ,କୃଷି, ପାନୀୟ ଜଳ ଯୋଗାଣ, ଯୁବପିଢିଙ୍କ ଦକ୍ଷତା ବିକାଶ, ଶିଳ୍ପର ବିକାଶ, ପରିବେଶ ସୁରକ୍ଷା, ସାମାଜିକ ଅସମାନତା, ଶିଶୁ ଶ୍ରମିକ ଇତ୍ୟାଦି ବିଷୟରେ ଥିବା ସମସ୍ୟା ଓ ତାହାର ସମାଧାନ ପାଇଁ ବିଭିନ୍ନ ଦିଗ ଉପରେ ନିଜର ମତ ପ୍ରକାଶ କରିଥିଲେ । ବିକଶିତ ଓଡିଶା ପାଇଁ ବିକଶିତ ଜିଲ୍ଲା ତଥା ବିକଶିତ ଗ୍ରାମର ଭାଗିଦାରୀ ବିଷୟରେ ବୁଦ୍ଧିଜିବୀମାନେ ମତପ୍ରକାଶ କରିଥିଲେ

Leave a Reply

Your email address will not be published. Required fields are marked *