
ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ବିଞ୍ଚାବାହାଲ ଗ୍ରାମରେ ବଜ୍ରାଘାତରେ ଦୁଇ ମହିଳାଙ୍କ ମୃତ୍ୟୁ ଘଟିଛି। ଦୁଇ ମୃତା ଗ୍ରାମର ଟେଣ୍ଟ ନାଏକଙ୍କ ସ୍ତ୍ରୀ ରୁକ୍ମିଣୀ ନାଏକ(୫୦) ଓ ବୋହୂ ଲବଣୀ ନାଏକ(୨୮) ବୋଲି ଜଣାପଡ଼ିଛି। ଆଜି ଅପରାହ୍ନ ସାଢେ ଗୋଟାଏ ସମୟରେ ଗାଁ ମୁଣ୍ଡରେ ଥିବା ଭେଣ୍ଡିଆନାଳୀ ନିଜ ଚାଷ ଜମିରେ ଶାଶୂ ଓ ବୋହୂ କାମ କରୁଥିବା ବେଳେ ବଜ୍ରାଘାତ ହୋଇଥିଲା। ଦୁହିଁ ଯାକ ସେଠାରେ ହିଁ ଟଳି ପଡ଼ିଥିଲେ। ଖବର ଲେଖା ହେଲା ବେଳକୁ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାପଡିଛି।
