ଆକ୍ରମଣକୁ ନେଇ ଥାନା ଦ୍ୱାରସ୍ଥ ହେଲେ ପୀଡିତ ଯୁବକ

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ନିକଟ ଗୋତମରା ଗ୍ରାମରେ ଜଣେ ଯୁବକକୁ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସଂଘବଦ୍ଧ ଭାବେ ଆକ୍ରମଣ ହୋଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସୂଚନା ମୁତାବକ ଗୋତମରା ଗ୍ରାମର ବିଘୋଷ ଅମାନ୍ତ ସନ୍ଧ୍ୟା ପ୍ରାୟ ୭ ଘଟିକା ସମୟରେ ଏକ ଜଳଖିଆ ଦୋକାନରେ ଜଳଖିଆ ଖାଇବାକୁ ଯାଇଥିବା ବେଳେ ଗ୍ରାମର ସୁଶାନ୍ତ ସାମଲ, ରାହୁଲ ସାମଲ, ରାଜା ସାମଲ, ଟୁକୁ ବେହେରା, ପ୍ରମୋଦ ସାମଲ ୫ ଯୁବକ ମିଶି ବିଘୋଷ କୁ ପ୍ରଥମେ ଗାଳି ଗୁଲଜ କରିବା ସହ ବିଧା, ଗୋଇଠା ଓ ପରବର୍ତ୍ତୀ ସମୟରେ ଏକ ବାଡ଼ି ରେ ବେକ ଛାତି ରେ ଆକ୍ରମଣ କରି ଘର ପର୍ଯ୍ୟନ୍ତ ଆଣି ଆକ୍ରମଣ କରିଥିଲେ।

ସ୍ଵାମୀ କୁ ଯୁବକ ମାନେ ମାଡ ମାରୁଥିବା ଦେଖି ଛଡାଇବାକୁ ଆସିବାରୁ ବିଘୋଷ ର ସ୍ତ୍ରୀ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ଶେଷରେ ସ୍ୱାମୀକୁ ଜୀବନରେ ମାରିଦେବା ଭଳି ଧମକ ମିଳିଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଥାନାରେ ଅଭିଯୋଗ ପରେ ପୋଲିସ ପକ୍ଷରୁ ବିଘୋଷ କୁ ପ୍ରଥମେ ବଅଁରପାଳ ସିଏଚସି ରେ ଚିକିସ୍ଥା କରାଇଥିଲେ। ତେବେ ବିଘୋଷ ଙ୍କ ଯନ୍ତ୍ରଣା ଅଧିକ ଥିବାରୁ ଅଧିକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଛି।
