ପାର୍ବଣ ରିତୁରେ ଅଗ୍ନିକାଣ୍ଡ ଦେଖି ଲୋକେ ଭୟଭୀତ
ଅନୁଗୋଳ ସହର ବୁଢୀ ଠାକୁରାଣୀ ଛକ ନିକଟ ତଥା ଦଶହରା ପଡିଆ ସମ୍ମୁଖରେ ଥିବା ଗଦି ଦୋକାନ ବିଳମ୍ବିତ ରାତିରେ ଜଳି ପୋଡି ଯାଇଛି। ସୂଚନା ଯେ, ଗତ ରାତି ୧.୩୦ ମିନିଟ ବେଳେ ଠାକୁରାଣୀ ଛକ ନିକଟ ତଥା ଦଶହରା ପଡିଆ ସମ୍ମୁଖରେ ଥିବା ଗଦି ଦୋକାନ ରେ ସଟ୍ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟି ଥିଲା। ଏହି ଅଗ୍ନିକାଣ୍ଡ ରେ ଏମ ଡି ନସୁରଦିନ, ଏମ ଡି ନଇଂମ, ଏମ ଡି ଆଜାଦ, ଏମ ଡି ଇରଫାନ୍ ଙ୍କର ଦୋକାନ ଜଳି ପୋଡି ପାଉଁଶ ହୋଇ ଯାଇଥିଲା। ଖବର୍ ପାଇଁ ଅନୁଗୋଳ ଅଗ୍ନିଶମ ବାହିନୀ ପହଁଚି ନିଆଁ କୁ ଆୟତ କରିଥିଲା। ଚାରି ଦୋକାନ ର ପାଖା ପାଖି ୮ ଲକ୍ଷ ଟଙ୍କା ର ଜିନିଷ ପୋଡି ଯାଇଥିଲା।
