• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ବାରହା ଶିକାର ବୋମା ଖାଇ ଗୋମାତା ଗୁରୁତ୍ତର

Bymamatanews

Oct 18, 2025
Spread the love

ମାତିଛନ୍ତି ବନ୍ୟଜନ୍ତୁ ଶିକାରୀ ବନ ବିଭାଗ ନିରବ ଦ୍ରଷ୍ଟା

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ମହୀଧରପୁର ଫାଣ୍ଡି ଅନ୍ତର୍ଗତ ଅଞ୍ଚଳରେ ମାତିଛନ୍ତି ବାର୍ହା ଶିକାରୀ। ସାମାନ୍ୟ କେତେ ଟଙ୍କା ଲାଭ ପାଇଁ କେତେକ ବାର୍ହା ମାଂସ ବେପାରୀ ଭୁଲି ଯାଇଛନ୍ତି ନିଜର ମଣିଷ ପଣିଆ। ନିରୀହ ପଶୁମାନଙ୍କ ପ୍ରତି କରୁଛନ୍ତି ଅବିଚାର। ବାରହା ଓ କୁଟୁରା ମାଂସର ଚାହିଦା ରହିଥିବାରୁ ଏହାର ମାଂସ ଅନୁଗୁଳ ତଥା ଢେଙ୍କାନାଳ ଜିଲ୍ଲାରେ ଚୋରା ମାଂସ ଚାଲାଣ ବୃଦ୍ଧି ପାଇଛି ତେଣୁ ଏହି ବାରହା ଶିକାର ପାଇଁ ଖଞ୍ଜା ଯାଇଥିବା ଗୋଳା ଖାଇ ଆଜି ବନ୍ତଳା ରେଞ୍ଜ ମହିଧରପୁର ଗ୍ରାମରେ ଗୋଟିଏ ଗାଈ ଗୁରୁତ୍ତର ଆହତ ହୋଇଛି। ଗାଈଟି ମହିଧରପୁରର ଶ୍ରୀବତ୍ସ ସାହୁଙ୍କର ବୋଲି ଜଣାପଡିଛି। ଗାଈଟି ମହୀଧରପୁର ଗ୍ରାମ ଅଖେଇସାଳି ନିକଟକୁ ଚରିବାକୁ ଯାଇଥିବା ବେଳେ ବାର୍ହା ପାଇଁ ରଖା ଯାଇଥିବା ବୋମା ଗାଇଟି ଖାଇ ଦେଇଥିଲା ଫଳରେ ଗାଈର ମୁହଁ ଓ ପାଟି ବିସ୍ଫୋରଣରେ ଉଡ଼ି ଯାଇଛି। ଏଥିପାଇଁ ପ୍ରବଳ ରକ୍ତ ସ୍ରାବ ହେଉଥିବା ବେଳେ ଗାଈଟି ମୃତ୍ୟୁ ସହ ସଂଗ୍ରାମ କରୁଛି। ସ୍ଥାନୀୟ ଗ୍ରାମବାସୀ କହିଛନ୍ତି ଶିକାରୀମାନେ ବାରହା ଓ କୁଟୁରା ଶିକାର କରିବା ପାଇଁ ନିୟମିତ ଫାସ ଓ ବାର୍ହା ବୋମା ବ୍ୟବହାର କରୁଛନ୍ତି । ମହିଧରପୁର ଓ ଆଖପାଖ ଅଞ୍ଚଳରେ ପର୍ଯ୍ୟାପ୍ତ ପରିମାଣର ବାରହା ଓ କୁଟୁରା ମାଂସ ବିକ୍ରି ହେଉଛି। ଶିକାରୀମାନେ ଫାସରେ ଏକ ବାରୁଦ ଗୁଳା ବ୍ୟବହାର କରୁଛନ୍ତି। ଏହି ଗୁଳାକୁ ଖାଦ୍ୟ ଭାବି ଜଙ୍ଗଲୀ ଜନ୍ତୁ ଖାଇବା ବେଳେ ଏହା ଫୁଟୁଛି। ଫଳରେ ଜନ୍ତୁ ମାନେ ସେହିଠାରେ ଗୁରୁତ୍ତର ହୋଇ ପଡି ଯାଉଛନ୍ତି। ଶିକାରୀ ମାନଙ୍କ ଲକ୍ଷ ପୂରଣ ହେଉଛି। ହେଲେ ଦୁର୍ଭାଗ୍ୟ ବଶତଃ ଆଜି ଗାଈଟି ଏହି ବୋମା ହାବୁଡ଼ରେ ପଡିଗଲା। ଏ ଦିଗରେ ବନ ବିଭାଗ ଏ ପର୍ଯ୍ୟନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ବନ ବିଭାଗର ତଳିଆ କର୍ମଚାରୀ ମାନେ ଶିକାରୀ ମାନଙ୍କ ସହ ମଧୁର ସମ୍ପର୍କରେ ଅଛନ୍ତି। ତେଣୁ ଶିକାରୀ ମାନେ ନିର୍ଭୟରେ ଫାସ ବସାଇ ଶିକାର କରି ଚାଲିଛନ୍ତି। ଏହି ବାର୍ହା ଶିକାର ପାଇଁ କେତେବେଳେ ପଶୁପକ୍ଷୀ ତ ଅନ୍ୟ କେତେବେଳ ମଣିଷ ଜୀବନ ବିପଦ ମୁଖରେ ପଡ଼ୁଛି ବୋଲି କହିଛନ୍ତି ଅଞ୍ଚଳବାସୀ। ତେବେ ବିଭାଗୀୟ ଅଧିକାରୀ କହିଛନ୍ତି ସ୍ଥାନୀୟ ଲୋକ ମାନେ ଆମକୁ ସହଯୋଗ କଲେ ଶିକାରୀ ମାନଙ୍କୁ ତୁରନ୍ତ ଧରିବା ସହଜ ହେବା ସହିତ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହୋଇ ପାରନ୍ତା।

Leave a Reply

Your email address will not be published. Required fields are marked *