• Tue. Feb 24th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

୨୦ ନଭେମ୍ବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁଗୁଳ ଗସ୍ତ

Bymamatanews

Nov 18, 2024
Spread the love


ଅନୁଗୁଳ (୧୮/୧୧ /୨୦୨୪) : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କର ଦିନିକିଆ ଅନୁଗୁଳ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରହିଛି। ଆସନ୍ତା ନଭେମ୍ବର ୧୯ ମଙ୍ଗଳବାର ରାତ୍ରିରେ ଅନୁଗୁଳ ନାଲକୋ ଠାରେ ପହଞ୍ଚିବେ। ନଭେମ୍ବର ୨୦ ତାରିଖ ବୁଧବାର ଦିନ ଅନୁଗୁଳ ଠାରେ ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗଦେବେ। ସେହିଦିନ ସକାଳେ ଅନୁଗୁଳ ଲକ୍ଷ୍ମୀ ବଜାର ସ୍ଥିତ ରାଣୀସତୀ ଦାଦୀ ମନ୍ଦିର ରେ ଦର୍ଶନ କରିବେ ପରେ ଅନୁଗୁଳ ସର୍କିଟ ହାଉସ ଠାରେ ଅନୁଗୁଳ ଡିଷ୍ଟ୍ରିକ ଡେଭଲପମେଣ୍ଟ ଆଣ୍ଡ ମନିଟରିଙ୍ଗ କମିଟି (ଦିଶା ) ବୈଠକ ରେ ଯୋଗଦେବେ। ଅପରାହ୍ନ ରେ ଆରପିଡ଼ିଏସି ବୈଠକ ରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ରମନ୍ତ୍ରୀ ଙ୍କ ଗସ୍ତ କୁ ନେଇ ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି ବୋଲି ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନ ପ୍ରକାଶ କରିଛନ୍ତି |

Leave a Reply

Your email address will not be published. Required fields are marked *