ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଚାଙ୍ଗୁଡି ଗ୍ରାମ ରେ ୨୦୨୪ ମସିହାରେ ଯୁବକକୁ ହତ୍ୟା କାଣ୍ଡ ଭଳି ଘଟଣାରେ ଜିଲ୍ଲା ସେକ୍ସନ କୋର୍ଟ ର ବିଚାରପତି ଅଭିଯୁକ୍ତ କୁ ଆଜୀବନ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି। ସୂଚନା ମୁତାବକ ଚାଙ୍ଗୁଡିଆ ଗ୍ରାମର ପଙ୍କଜ ମାଝୀ ଙ୍କ ପୁଅ ଚତୁର୍ଭୁଜ ମାଝୀ ଗ୍ରାମର ନର ମାଝୀ ଙ୍କ ନିକଟରେ ରାଜମିସ୍ତ୍ରୀ ଭାବେ କାମ କରେ।

୨୦୨୪ ନଭେମ୍ବର ୪ ତାରିଖରେ ଚତୁର୍ଭୁଜ ବକେୟା ମଜୁରୀ ନେବା ପାଇଁ ନର ଘର କୁ ଆସି ଅଶ୍ଳୀଳ ଭାଷା ରେ ଗାଳିଗୁଲଜ କରିବା ଭୟଭୀତ କରାଇଥିଲା । ନର ପ୍ରତିବାଦ କରିବାରୁ ସେଠାରୁ ଚତୁର୍ଭୁଜ ପଳାଇ ଯାଇଥିଲା ସନ୍ଧ୍ୟା ସମୟରେ ଚତୁର୍ଭୁଜ ଖଣ୍ଡା ଧରିବା ସହ ତାର ବାପା ଟାଙ୍ଗିଆ ଧରି ନର ଘର କୁ ପହଞ୍ଚି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଉଭୟ ଙ୍କ ମଧ୍ୟରେ ବଚସା ଚାଲିଥିବା ବେଳେ ଠିକ୍ ଏହିସମୟରେ ନରଙ୍କ ୨୫ ବର୍ଷୀୟ ପୁଅ ଚିକୁନ୍ ମାଝୀ ଆସି ପହଞ୍ଚି ଥିଲେ। ଚତୁର୍ଭୁଜ ଉତେଜିତ୍ତ ହୋଇ ଚିକୁନ୍ କୁ ଖଣ୍ଡା ରେ ହାଣି ପକାଇଥିଲା । ଚିକୁନ୍ ଘଟଣାସ୍ଥଳରେ ରକ୍ତ ଜୁଡ଼ୁବୁଡ଼ୁ ହୋଇ ପଡ଼ି ଯିବା ପରେ ସ୍ଥାନୀୟ ଲୋକେ ଚିକୁନ୍ କୋଶଳା ଚିକିତ୍ସାଳୟ କୁ ନେଇଥିଲେ। ହେଲେ ଡାକ୍ତର ଚିକୁନ୍ କୁ ମୃତ୍ୟୁ ଘୋଷଣା କରିଥିଲେ। ପରିବାର ଲୋକେ ଏଥିନେଇ ଥାନାରେ ଲିଖିତ ଅଭିଯୋଗ ପରେ ହତ୍ୟା ନେଇ ମାମଲା ରୁଜୁ ହୋଇଥିଲା। ଏହି ହତ୍ୟାକାଣ୍ଡ ଘଟଣାରେ ସରକାର ଙ୍କ ପକ୍ଷରୁ ପବ୍ଲିକ୍ ପ୍ରେସକ୍ୟୁଟର ପ୍ରଶାନ୍ତ କୁମାର ମଲ୍ଲିକ ଲଢ଼ିଥିବା ବେଳେ ତଦନ୍ତକାରୀ ଅଧିକାରୀ ଭାବେ ଆଇଆଇସି ରାଜେଶ କୁମାର ଶତପଥୀ ଦାୟିତ୍ଵ ଗ୍ରହଣ କରିଥିଲେ। ଆଜି ଏହି ମାମଲାରେ ଅଭିଯୁକ୍ତ ଚତୁର୍ଭୁଜ କୁ ଜିଲ୍ଲା ଦ୍ୱାରାଜର୍ଜ ଅନୁଗୁଳ ବିଚାରପତି ଶ୍ରୀ ଦାମୋଦର ରଥ ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୨୦ ହଜାର ଟଙ୍କା ଜୋରିମାନା ରେ ଦଣ୍ଡିତ କରିଛନ୍ତି। ଯଦି ଅଭିଯୁକ୍ତ ଜୋରିମାନା ପୈଠ ନ କରେ ତେବେ ୬ ମାସ ଅଧିକ ଦଣ୍ଡିତ କରାଯିବା ନିର୍ଦ୍ଦେଶ ଦେଇଛନ୍ତି।
