ଲକ୍ଷ୍ମୀ ବସ୍ ଧକ୍କାରେ ଅନୁଗୋଳ ଜିଲ୍ଲା ବନ୍ତଳା ଅଞ୍ଚଳର ଜଣେ ମହିଳା ଗୁରୁତର ହୋଇଛନ୍ତି। ମହିଳାଙ୍କ ପରିଚୟ ମିଳିପାରିନଥିବା ବେଳେ ତାଙ୍କୁ ବନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ସୂଚନା ଯେ, ଲକ୍ଷ୍ମୀ ବସ୍ ଅନୁଗୋଳ ରୁ ଟିକରପଡ଼ା ଯାଉଥିବା ବେଳେ ଶଙ୍ଖପୁର ବିଦ୍ୟାଳୟ ସମ୍ମୁଖରେ ଜଣେ ମହିଳାଙ୍କୁ ଧକ୍କା ଦେଇଥିଲା। ଫଳରେ ସେ ମହିଳା ଜଣଙ୍କ ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ଏକ ଅଟୋ ଯୋଗେ ବନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକେ ବସକୁ ଅଟକାଇ ହୋହଲ୍ଲା କରିଥିଲେ। ପରେ ଉପସ୍ଥିତ ଲୋକଙ୍କୁ ବୁଝାସୁଝା କରିବାରୁ ଗାଡ଼ିକୁ ଛଡ଼ାଯାଇଥିବା ଜଣାପଡ଼ିଛି।
