• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଶିଶୁ କନ୍ୟାର ଦୁଷ୍କର୍ମକୁ ନେଇ ବନ୍ତଳା ଥାନା ଘେରାଉ କଲା କଂଗ୍ରେସ

Bymamatanews

Apr 19, 2025
Spread the love

ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳ ରେ ସାତ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ହୋଇଥିବା ନେଇ ବନ୍ତଳା ଥାନାରେ ଅଭିଯୋଗ ହୋଇଛି। ସୂଚନା ଯେ, ଅନୁଗୋଳ ସଦର ଥାନା ଅନ୍ତର୍ଗତ ମୂଷାପାପୁଲି ଅଞ୍ଚଳରେ ଦୀର୍ଘ ବର୍ଷ ହେବ ବିହାର ସମସ୍ତୀପୁର ଜିଲ୍ଲାର ଜଣେ ବ୍ୟକ୍ତି ବସବାସ କରୁଥିଲେ। ଦିର୍ଘ ବର୍ଷ ହେବ ଗୁପଚୁପ ବେପାର କରି ପାରିବାର ପ୍ରତିପୋଷଣ କରନ୍ତି । ରାମ ନବମୀ ଦିନ ତାଙ୍କ ସାତ ବର୍ଷର ଶିଶୁ କନ୍ୟାକୁ ଧରି ଯାତ୍ରା ଦେଖିବା ସହ ଗୁପଚୁପ ବେପାର କରିବା ପାଇଁ ଯାଇଥିଲେ। ପରେ ଜାଣିବାକୁ ପାଇଥିଲେ କି ତାଙ୍କ ଶିଶୁ କନ୍ୟାକୁ ଜଣେ ବ୍ୟକ୍ତି ଦୁଷ୍କର୍ମ କରିଛି। ପରେ ଗାଁରେ ସମାଧାନ କରିବେ ବୋଲି ଏକାଠି ଆଲୋଚନା କରିଥିଲେ। କିନ୍ତୁ ଶିଶୁ କନ୍ୟାର ଅବସ୍ଥା ଗୁରୁତ୍ତର ହେବାରୁ ଏନେଇ ଥାନାରେ ଅଭିଯୋଗ କରିବା ପରେ ଘଟଣା ପଦାକୁ ଆସିଥିଲା । ଥାନା ରେ ଅଭିଯୋଗ ପରେ ଅଭିଯୁକ୍ତ ଙ୍କ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ ହୋଇ ନଥିବାରୁ ଆଜି ଜିଲ୍ଲା କଂଗ୍ରେସ କମିଟି ସଭାପତି ଅମ୍ବିକା ପ୍ରସାଦ ଭଟ୍ଟଙ୍କ ନେତୃତ୍ଵରେ ଏକ ଟିମ ବନ୍ତଳା ଥାନାକୁ ଯାଇ ଥାନା ଅଧିକାରୀଙ୍କୁ ଦେଖା କରିବା ସହ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏବଂ ତିନି ଦିନ ମଧ୍ୟରେ ଅଭିଯୁକ୍ତ କୁ ଧରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଥିଲେ। ନଚେତ ଆଗାମୀ ଦିନରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ କାର୍ଯ୍ୟାଳୟ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସହ ରାଜରାସ୍ତା ଓହ୍ଲାଇବ ବୋଲି ଚେତାବନୀ ଦେଇଛି ଜିଲ୍ଲା କଂଗ୍ରେସ କମିଟି ।

Leave a Reply

Your email address will not be published. Required fields are marked *