• Thu. Oct 30th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ନକଲି ପୋଲିସ କୁ ଗିରଫ କଲା ଅସଲି ପୋଲିସ

Bymamatanews

May 19, 2025
Spread the love

ଆଇନ ଶୃଙ୍ଖଳା କୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି ଦୁର୍ବୃତ୍ତ

ଦୁର୍ବୃତ୍ତ ଙ୍କୁ କାଳ ସାଜିଲା ମଦ ଦୋକାନରୁ ବଟି ମାଗିବା

ଅନୁଗୋଳ ଜିଲ୍ଲା ସଦର ଥାନା ଅଧିନରୁ ଜଣେ ନକଲି ସବଇନ୍ସପେକ୍ଟର ଗିରଫ ହୋଇଛି। ମହୀଧରପୁର ଫାଣ୍ଡି ଅଧିନରେ ଥିବା ଏକ ମଦ ଦୋକନରୁ ପ୍ରଥମେ ୫ ହଜାର ଟଙ୍କା ବଟି ମାଗିଥିଲେ। ଏହାପରେ ଅନୁଗୋଳ ବିଭିନ୍ନ ଥାନା ଅଧିନରେ ହେଲମେଟ୍‌ ଯାଞ୍ଚ କରି ଲୋକଙ୍କ ଠାରୁ ଟଙ୍କା ଆଦାୟ କରୁଥିଲେ। ଉଭୟ ନକଲି ପୁଲିସ କର୍ମଚାରୀଙ୍କ ଘର ସଦର ଥାନା ଅଧିନ ଛେଳିଆପଡା ଓ କାଙ୍ଗୁଲା ଅଞ୍ଚଳରେ ବୋଲି ଜଣାପଡିଛି।
ସୂଚନା ରୁ ଜଣାପଡିଛି ନକଲି ସବଇନ୍ସପେକ୍ଟର ଜଣଙ୍କ ଛେଳିଆପଡା ର ବ୍ରଜବନ୍ଧୁ ନାଥ ଙ୍କ ପୁଅ ଅରକ୍ଷିତ ନାଥ ଓ ନକଲି କନଷ୍ଟେବଳ ଜଣଙ୍କ କାଙ୍ଗୁଲା ଗ୍ରାମ ଅରକ୍ଷିତ ସେଠୀ ଙ୍କ ପୁଅ ଅମର ସେଠୀ।ନକଲି ପୋଲିସ ପୂର୍ବରୁ ଏହିପରି କାର୍ଯ୍ୟରେ ଲିପ୍ତ ଥିବା ଜଣାଇବା ସହ ସେମାନେ ଚିତ୍ରାଳୟ ରୁ ଏହି ପୋଷାକ ଆଣିଥିବା କହିଛନ୍ତି। ଉଭୟେ ମହୀଧରପୁର ଫାଣ୍ଡି ଅଧିନରେ ଥିବା ଏକ ମଦ ଦୋକାନୀଙ୍କୁ ୫ ହଜାର ଟଙ୍କା ବଟି ମାଗିଥିଲେ। ମଦ ଦୋକାନୀ କର୍ମଚାରୀ ତାଙ୍କୁ ପ୍ରଥମେ ୩ ହଜାର ଟଙ୍କା ଦେଇଥିଲେ ଓ ପରେ ବାକି ୨ ହଜାର ଟଙ୍କା ଦେବେ ବୋଲି କହିଥିଲେ। ଏହାପରେ ନକଲି ପୁଲିସ କର୍ମଚାରୀ ଦ୍ବୟ ମହୀଧରପୁର ଓ ଛେଲିଆପଡା ମଧ୍ୟରେ ଥିବା ବିଭିନ୍ନ ନିଛାଟିଆ ସ୍ଥାନରେ ଦୁଇ ଚକିଆ ଯାନ ଅଟକାଇ ହେଲମେଟ୍‌, ଡ୍ରାଇଭିଂ ଲାଇସେନ୍ସ, ଇନସୁରାନ୍ସ ଇତ୍ୟାଦି ଯାଞ୍ଚ କରିଥିଲେ। ଲୋକେ ହେଲମେଟ୍‌ ପିନ୍ଧି ନ ଥିବାରୁ ସେମାନଙ୍କ ଠାରୁ ୫୦୦ ଓ ୧୦୦୦ ଆଦାୟ କରୁଥିଲେ। ଏହି ଅଞ୍ଚଳର କେତେକ ସଚେତନ ନାଗରିକଙ୍କ ଏ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। ତେଣୁ ସେମାନେ ଅନୁଗୋଳ ସଦର ଥାନା ଓ ବଅଁରପାଳ ଥାନାକୁ ଖବର ଦେଇଥିଲେ। ​‌ଉଭୟ ଥାନାର ପୋଲିସ ଘଟଣା ସ୍ଥଳକୁ ଆସିଥିଲେ। ପୋଲିସ ଗାଡି ଦେଖି ନକଲି କନଷ୍ଟେବଳ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ। କିନ୍ତୁ ନକଲି ସବଇନ୍ସପେକ୍ଟରଙ୍କୁ ଅସଲି ପୋଲିସ ମାଡି ବସିଥିଲା।ତେବେ ପୋଲିସ ଘଟଣାର ସତ୍ୟାସତ୍ୟ ବିଷୟରେ ତଦନ୍ତ ଆରମ୍ଭ କରିଛନ୍ତି

Leave a Reply

Your email address will not be published. Required fields are marked *