• Thu. Oct 30th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଟଙ୍କା ଦେଲାନି ବୋଲି ମହିଳାଙ୍କୁ ପିଟି ପିଟି ମାରିଦେଲା ପ୍ରେମିକ

Bymamatanews

May 19, 2025
Spread the love

ହତ୍ୟାର ମୋଡ ମୋଡ ବଦଳାଇବାକୁ ଉଦ୍ୟମ ବେଳେ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ସୂଚନା ମୁତାବକ, ମୃତ ମହିଳା ହେଲେ ଡଲି ନାଏକ(୨୮)। ତାଙ୍କ ଘର କଣ୍ଟାବଣିଆ ଥାନା ଇଲାକା ସଞ୍ଜପଡ଼ା ଗ୍ରାମରେ। ସେ ସଞ୍ଜପଡ଼ାର ମନୋରଞ୍ଜନ ନାଏକଙ୍କୁ ବିବାହ କରିଥିଲେ । ବିବାହ ପରେ ସ୍ବାମୀ ସହ ମନୋମାଳିନ୍ୟ ହେବାରୁ ଡଲି ପ୍ରାୟ ୧୦ ବର୍ଷ ହେଲା ବନ୍ତଳା ଥାନା ଇଲାକା ଚଟିଆଗର୍ଜି ଗ୍ରାମରେ ରହୁଥିଲେ।
ଜରପଡ଼ା ଥାନା ଇଲାକାରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଉପରୁ ପରଦା ହଟାଇଛି ପୁଲିସ୍ । ବାଇକକୁ ପଡ଼ି ନୁହଁ, ବରଂ ମହିଳାଙ୍କୁ ଅଭିଯୁକ୍ତ ପ୍ରେମିକ ପିଟି ପିଟି ଅତି ନିର୍ମମ ଭାବେ ହତ୍ୟା କରିଛି। ବାଉଁଶ ବାଡ଼ି, ପଥର ଓ କଇଁଚି ମାଡ଼ରେ ମହିଳାଙ୍କ ଜୀବନ ଯାଇଥିବା ପୁଲିସ୍ କହିଛି। ପୁଲିସ୍ ଅଭିଯୁକ୍ତ ପ୍ରେମିକକୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲା, ଜରପଡ଼ା ଥାନା ଇଲାକା ଅମାନ୍ତପୁର ଗ୍ରାମର ଆଦିତ୍ୟ ନାଏକ(୨୮)। ଏପଟେ ପୁଲିସ୍ ଆଜି ମହିଳାଙ୍କ ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ମୃତଦେହ ହସ୍ତାକ୍ଷର କରିଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *