• Thu. Oct 30th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ସୁଭଦ୍ରା ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତ ସହ ତିନି ଫେରାର ସାହାର୍ଯ୍ୟ କର୍ତ୍ତା ହେଲେ କୋର୍ଟଚାଲଣ

Bymamatanews

May 19, 2025
Spread the love

ଅନୁଗୋଳ ଜିଲ୍ଲା କଣିହା ଅଞ୍ଚଳର ଜଣେ ଯୁବତୀ ଗତ ମାସ ୨୬ ତାରିଖରେ ଭୁବନେଶ୍ବର ଯିବା ପାଇଁ ତାଳଚେର ଷ୍ଟେସନ ରୁ ଟ୍ରେନ୍ ଫେଲ ହେବାପରେ ତାଳଚେର ରୋଡ ଷ୍ଟେସନକୁ ଏକ ଅଟୋ ରେ ଯିବା ସମୟରେ ଅପହରଣ ଶିକାର ହୋଇଥିବା ନେଇ ଥାନା ରେ ଅଭିଯୋଗ ହୋଇଥିଲା। ମେ ମାସ ୪ ତାରିଖରେ ବଅଁରପାଳ ଥାନା କେନ୍ଦୁପଲ୍ଲୀ ଗ୍ରାମ ବିଲମାଳ ରୁ ଅର୍ଦ୍ଧଦଗ୍ଧ ଖଣ୍ଡବିଖଣ୍ଡିତ ଅବସ୍ଥାରେ ଯୁବତୀର ମୃତଦେହ ମିଳିଥିଲା। ପରିବାର ଲୋକେ ଯୁବତୀ ର ନିଖୋଜ ଅଭିଯୋଗ ର ମାମଲା ରୁଜୁ କରିବା ପାଇଁ ବିଭିନ୍ନ ଥାନା ଦ୍ୱାରସ୍ଥ ହେବା ଓ ପରବର୍ତ୍ତୀ ସମୟରେ ମୃତଦେହ ମିଳିବା କୁ ନେଇ ଜିଲ୍ଲା ସ୍ତରରେ ବଡ ଧରଣର ହଇଚଇ ସୃଷ୍ଟି କରିବା ସହ ପୀଡିତା ପରିବାରଙ୍କୁ ନ୍ୟାୟ ପ୍ରଦାନ ପାଇଁ ପ୍ରତିବାଦ କରିଥିଲେ ଜନସାଧାରଣ। ଆରକ୍ଷୀ ଅଧିକ୍ଷକ ମାମଲା ର ସମାଧାନ ପାଇଁ ୬ ଟି ସ୍କ୍ୱାର୍ଡ ଗଠନ କରି ଅପରେସନ କୋକୁନ ନାମରେ ତଦନ୍ତ ଆରମ୍ଭ କରି ଥିଲେ। ବଅଁରପାଳ ପୋଲିସ ଜିଲ୍ଲା ମଧ୍ୟରେ ତଦନ୍ତ ଭାର ଘାଣ୍ଟି ଚାଲିଥିବା ବେଳେ ସ୍ପେଶାଲ ସ୍କ୍ୱାର୍ଡ ଜିଲ୍ଲା ଓ ରାଜ୍ୟ ବାହାରେ ଘୁରିବୁଲି ଶେଷରେ ଅଭିଯୁକ୍ତକୁ ମହାରାଷ୍ଟ୍ର ରୁ ଅଭିଯୁକ୍ତ ଅଟୋ ଚାଳକ ବିଶୁ ଗୋଚ୍ଛାୟତ କୁ କାବୁ କରିବାରେ ସଫଳ ହୋଇଥିଲେ। ରବିବାର ସକାଳ ୭ ଘଟିକା ସମୟରେ ଘଟଣା ଘଟାଇଥିବା ଅଭିଯୁକ୍ତ କୁ ନେଇ ଘଟଣାସ୍ଥଳ ମାନଙ୍କ୍ ରେ ସିନ୍ ରିକ୍ରିଏସନ଼ କରାଇଥିଲେ। ଆଜି ବଅଁରପାଳ ଥାନା ପକ୍ଷରୁ ଅଭିଯୁକ୍ତ ଓ ଅଭିଯୁକ୍ତକୁ ଫେରାର କରିବାରେ ସହଯୋଗ କରିବା ନେଇ ଜେଜେବାପା, ବାପା ଓ ସମ୍ପର୍କୀୟ ମାମୁଁ କୁ କୋର୍ଟ ଚାଲାଣ କରିଛନ୍ତି।

Leave a Reply

Your email address will not be published. Required fields are marked *