• Tue. Feb 24th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ନାବାଳିକା ର ମୃତ୍ୟୁ ଘଟଣାରେ ନ୍ୟାୟ ପାଇଁ ଏସ ପିଙ୍କ କାର୍ଯ୍ୟାଳୟ ଘେରାଉ କଲେ ଶତାଧିକ ଗ୍ରାମବାସୀ

Bymamatanews

Sep 19, 2025
Spread the love

ଅନୁଗୋଳ ଜିଲ୍ଲା ସଦର ଥାନା ଅଞ୍ଚଳ ର ବାଳୁଆକଟା ପଞ୍ଚାୟତ ର ଶ୍ୟାମସୁନ୍ଦରପୁର ଗ୍ରାମର ଜଣେ ନାବାଳିକା ର ମୃତ୍ୟୁ ଘଟଣାରେ ନ୍ୟାୟ ପାଇଁ ଏସ ପିଙ୍କ କାର୍ଯ୍ୟାଳୟ ଘେରାଉ କଲେ ଶତାଧିକ ଗ୍ରାମବାସୀ। ସୂଚନା ମୁତାବକ ୫ମ ଶ୍ରେଣୀରେ ପଢ଼ୁଥିବା ୧୦ ବର୍ଷର ପାନଖାଇ ନାମକ ଜଣେ ନାବାଳିକା ନିଖୋଜ ର ଗୋଟିଏ ଦିନ ପରେ ନାଳ ଭିତରୁ ମୃତଦେହ ମିଳିଥିଲା । ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ଆଣିଥିଲେ ପରିବାର ଲୋକଙ୍କ ସହ ଗ୍ରାମବାସୀ । ନ୍ୟାୟ ପାଇଁ ସେତେବେଳେ ରାଜପଥ ଅବରୋଧ କରିଥିଲେ। ପୁଲିସ ସେଠାରେ ୭ ଦିନ ଭିତରେ ଅପରାଧୀଙ୍କୁ ଧରିବୁ ବୋଲି କହିଥିଲେ ହେଲେ ଏହା ମଧ୍ୟରେ ବିତି ଗଲାଣି ୧୨ ଦିନ । ଆଜି ଯାଏ ପୁଲିସ ହାତ ଖାଲି । ଫଳରେ ଶତାଧିକ ମହିଳା ଆଜି ଏସପି ଅଫିସ ଘେରାଉ କରିଛନ୍ତି। ମହିଳା ମାନଙ୍କ କହିବା ଅନୁଯାୟୀ ସେମାନେ ଏସପି ଅଫିସ ଘେରାଉ କରିବା ପାଇଁ ଗତ କାଲି ଅନୁମତି ପାଇଁ ଆସିଥିଲେ। କିନ୍ତୁ ଘେରାଉ ପାଇଁ ଅନୁମତି ମିଳିଲା ନାହିଁ। ଆଜି ସେମାନେ ବସରେ ଆସିବା ପାଇଁ ଯୋଜନା କରିଥିଲେ। ବସ ଗାଁକୁ ଆସିବା ପୂର୍ବରୁ ପୋଲିସ ଅଧା ବାଟରୁ ବସ ଗୁଡିକ ଫେରାଇ ଦେଲା। ତେଣୁ ଗ୍ରାମବାସୀ ୮ ରୁ ୧୦ କିଲୋମିଟର ଚାଲି ଚାଲି ଏସପି ଅଫିସ୍ ଆସି ଘେରାଉ କରିଛନ୍ତି। ବାଟରେ ଗାଡିକୁ ଯାଞ୍ଚ କରିବା ପାଇଁ ପୋଲିସ୍ ପକ୍ଷରୁ ଦୁଇଟି ଯାଗାରେ କଡାକଡି ଯାଞ୍ଚ କରିଛି। ଅଟୋ ଯୋଗେ ମଧ୍ୟ ଯେଉଁ ଲୋକ ମେଡ଼ିକାଲ ଯାଉଥିଲେ ସେମାନଙ୍କୁ ମଧ୍ଯ ହଇରାଣ ହରକତ କରିଥିବା ଅଭିଯୋଗ କରିବା ସହ ଏସପି ଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରତ ରେ ବସି ରହିଛନ୍ତି। ଅନ୍ୟପକ୍ଷରେ ଏସ ପି ମହୋଦୟ ଘଟଣାର ତଦନ୍ତ ଚାଲିଛି ଓ ବ୍ୟବଚ୍ଛେଦ ରିପୋର୍ଟ ଆସିନାହିଁ ତେଣୁ ଏହା ଉପରେ ଅଧିକ କିଛି କହିହେବ ନାହିଁ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *