• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

୧୦ ଜିଲ୍ଲା ରେ ଅଗ୍ନିବୀର ସୈନିକ ନିଯୁକ୍ତି ରାଲି

Bymamatanews

Oct 19, 2024
Spread the love

ଅଗ୍ନିପଥ ଯୋଜନା ଅଧୀନରେ କଟକ, ପୁରୀ, ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ଖୋର୍ଦ୍ଧା ଏବଂ ନୟାଗଡ ଜିଲ୍ଲାଗୁଡିକରେ ନାମ ନାମାଙ୍କିତ ପ୍ରାର୍ଥୀମାନଙ୍କ ନିମନ୍ତେ ସୈନିକ ନିଯୁକ୍ତି ରାଲି ଅନୁଷ୍ଠିତ ହେବ । ଏଥିସହିତ ପଶ୍ଚିମ ବଙ୍ଗ, ସିକିମ୍ ଏବଂ ଓଡିଶା ରାଜ୍ୟ ନିମନ୍ତେ ସିପାହୀ ଫାର୍ମା, ସୈନିକ, ବୈଷୟିକ ନସିଂ ସହାୟକ ସୈନିକ, ଧର୍ମଗୁରୁ କନିଷ୍ଠ କମିଶନ ଅଧିକାରୀଙ୍କ ସମେତ ମହିଳା ସାମରିକ ଆରକ୍ଷୀ ପରି ନିୟମିତ ସୈନିକମାନଙ୍କ ନିମନ୍ତେ ଆସନ୍ତାତା. ୧୮/୧୦/୨୦୨୪ରିଖ ଠାରୁ ତା.୨୬.୧୦.୨୦୨୪ରିଖ ପର୍ଯ୍ୟନ୍ତ ଓଡିଶାର ପୁରୀସ୍ଥିତ ତାଳବଣିଆ ଇନ୍‌ଡୋର୍ ଷ୍ଟାଡିଅମ୍ ଏବଂ ଜିଲ୍ଲା କଂପ୍ଲେକ୍ସ୍ ଠାରେ ମଧ୍ୟ ସୈନିକ ନିଯୁକ୍ତି ରାଲି ଅନୁଷ୍ଠିତ ହେବ । ଉକ୍ତ ନିଯୁକ୍ତି ରାଲି ସମୟରେ ଅନ୍‌ଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା ଉତ୍ତୀର୍ଣ୍ଣ ନାମାଙ୍କିତ ପ୍ରାର୍ଥୀମାନେ ଶାରୀରିକ ସୁସ୍ଥତା ପରୀକ୍ଷା ଡାକ୍ତରୀ ପରୀକ୍ଷା ନିମନ୍ତେ ଡାକରା ପାଇଛନ୍ତି । ନାମାଙ୍କିତ ପ୍ରାର୍ଥୀମାନଙ୍କ ପଞ୍ଜିକୃତ କୃତ ଇ-ମେଲ୍ ଠିକଣାରେ ସେମାନଙ୍କ ପ୍ରବେଶିକା ପତ୍ର ପୂର୍ବରୁ ପଠାଇଦିଆଯାଇଛି । । ପ୍ରାର୍ଥୀମାନେ ମଧ୍ୟ ଜଏନ୍ ଇଣ୍ଡିଆନ୍ ଆନ୍ ଆର୍ମୀ (www.joinindianarmy.nic.in) ଉପରେ ଥିବା ସେମାନଙ୍କର ପ୍ରୋଫାଇଲ୍‌ ଲଗିଙ୍ଗ୍ କରି ଏହି ନିଯୁକ୍ତି ରାଲି ପାଇଁ ସେମାନଙ୍କର ପ୍ରବେଶିକା ପତ୍ର ଡାଉନ୍‌ଲୋଡ୍ କରି କରିପାରିବେ । କୌଣସି ବିଷୟରେ ଅଧିକ ଜାଣିବାକୁ ଚାହୁଁଥିଲେ, ପ୍ରାର୍ଥୀମାନେ ଯୋଗାଯୋଗ ନମ୍ବର ୦୬୭୧୨୩୦୫୨୮୦ ଏବଂ ୯୪୩୭୧୬୨୨୮୦ ରେ କଟକସ୍ଥିତ ସୈନିକ ନିଯୁକ୍ତି କାର୍ଯ୍ୟାଳୟ ସହିତ ସଂପର୍କ କରିପାରିବେ ।
ଏହି ନିଯୁକ୍ତି ପ୍ରକ୍ରିୟା କାଳରେ ଟାଉଟର / ଦଲାଲ୍‌ମାନଙ୍କ ଅପରାଧିକ କାଯ୍ୟକଳାପରୁ ଦୂରେଇ ରହିବା ପାଇଁ ପ୍ରାର୍ଥୀମାନେ ସେମାନଙ୍କ ଅସଲି ପ୍ରମାଣପତ୍ରଗୁଡିକୁ କାହାକୁ ହସ୍ତାନ୍ତର ନ କରିବା ପାଇଁ ପ୍ରାର୍ଥୀମାନଙ୍କୁ ପରାମର୍ଶ ଦିଆଯାଉଛି । ଏପରି କିଛି ଅନୈତିକ କାଯ୍ୟକଳାପ ସମ୍ବନ୍ଧରେ ସୂଚନା ମିଳିଲେ ତୁରନ୍ତ ସ୍ଥାନୀୟ ଆରକ୍ଷୀ କିମ୍ବା କଟକସ୍ଥିତ ସୈନିକ ନିଯୁକ୍ତି କାର୍ଯ୍ୟାଳୟରେ ଜଣାଇବାକୁ ମଧ୍ୟ ପରାମର୍ଶ ଦିଅ ଦିଆଯାଉଛି । ଅପରାଧିକ କାଯ୍ୟକଳାପରେ ଲିପ୍ତ କୌଣସି ଟାଉଟର/ଦଲାଲ୍ ଅଥବା ନିଯୁକ୍ତି ରାଲି ସମୟରେ କୌଣସି ଅନୈତିକ କାର୍ଯ୍ୟ ଧରାପଡିଲେ ସ୍ଥାନୀୟ ଆରକ୍ଷୀ କିମ୍ବା ସିଭିଲ୍ ପ୍ରଶାସନ ଦ୍ଵାରା କଡା ପଦକ୍ଷେପ ସହ ଗିରଫ କରାଯିବ।

Leave a Reply

Your email address will not be published. Required fields are marked *