• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଜିନ୍ଦଲ ଷ୍ଟିଲ କାରଖାନା ବ୍ଲାଷ୍ଟ ଘଟଣାକୁ ନେଇ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କୁ ଭେଟିଛି ଜିଲ୍ଲା ବିଜେଡି

Bymamatanews

Oct 19, 2024
Spread the love

ଜନସାଧାରଣ ଙ୍କୁ ଅନ୍ଧାରରେ ନ ରଖି ସ୍ପଷ୍ଟୀକରଣ ପାଇଁ ଦାବି

ଅନୁଗୋଳ ଜିଲ୍ଲା ଜିନ୍ଦଲ ଷ୍ଟିଲ କାରଖାନା ପରିସରରେ ଫରନେସ୍ ବ୍ଲାଷ୍ଟ ଘଟଣାକୁ ନେଇ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କୁ ଭେଟିଛନ୍ତି ଜିଲ୍ଲା ବିଜୁ ଜନତା ଦଳ ସଭାପତି। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସଭାପତି ମହେନ୍ଦ୍ର ବସ୍ତିଆଙ୍କ ସହ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଓ ପୂର୍ବତନ ଉପବାଚସ୍ପତି ରଜନୀକାନ୍ତ ସିଂ ଥିଲେ । ଜିଲ୍ଲା ସଭାପତି ଙ୍କ ସୂଚନା ମୁତାବକ ଅକ୍ଟୋବର ୧୪ ତାରିଖରେ ପ୍ଲାଣ୍ଟ ପରିସରରେ ଥିବା ଫର୍ନେସ ପାଇପ୍ ଲିକେଜ ହୋଇ ବଡ଼ଧରଣର ଅଗ୍ନିକାଣ୍ଡ ଘଟି ଜିଲ୍ଲା ରେ ଜନସାଧାରଣଙ୍କ ନିଦ ହଜି ଯାଇଥିଲା। ଅଘଟଣ ପରେ ଅଞ୍ଚଳର କିଛି ଶ୍ରମିକ ନିଖୋଜ ଥିବା ନେଇ ସନ୍ଦେହ ପ୍ରକାଶ କରିଛନ୍ତି ବିଧାୟକ ବ୍ରଜ କିଶୋର ପ୍ରଧାନ। ବିଗତ ଦିନରେ ଢେଙ୍କାନାଳ ଜିଲ୍ଲା ଓ ଅନୁଗୋଳ ଜିଲ୍ଲା ସୀମାନ୍ତ ଏକ କାରଖାନା ଏହିପରି ଏକ ଅଘଟଣ ଘଟି କାରଖାନାର ମାତ୍ରାଧିକ କ୍ଷୟକ୍ଷତି ହେବା ସହ କିଛି ଶ୍ରମିକଙ୍କ ମୃତାହତ ହୋଇଥିଲା। କିନ୍ତୁ ଓଡିଶାରେ ଅନେକ ଷ୍ଟିଲ୍ କାରଖାନା ଥାଇ ମଧ୍ୟ ଏହିପରି ଅଘଟଣ ଘଟୁଥିବା ନଜରରେ ଆସୁନାହିଁ। ତେଣୁ ଏହି ଅଘଟଣ କାହିଁକି ଘଟିଲା କ୍ଷୟକ୍ଷତି କଣ ହୋଇଛି ଓ ମୃତାହତ ର ପ୍ରକୃତ ସତ୍ୟ ଘଟଣା ଲୋକଲୋଚନକୁ ଆଣିବା ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କୁ ଭେଟି ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *