• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଶିକ୍ଷା ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ୭ ଦିନିଆ ସିଙ୍ଗାପୁର ଓ ଅଷ୍ଟ୍ରେଲିଆ ଗସ୍ତରେ ଗଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Bymamatanews

Oct 19, 2024
Spread the love


ଅକ୍ଟୋବର ୨୦ରୁ ୨୬ ପର୍ଯ୍ୟନ୍ତ ସିଙ୍ଗାପୁର ଓ ଅଷ୍ଟ୍ରେଲିଆରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ

ସିଙ୍ଗାପୁରର ପ୍ରଧାନମନ୍ତ୍ରୀ, ଉପପ୍ରଧାନମନ୍ତ୍ରୀ, ଶିକ୍ଷା ମନ୍ତ୍ରୀ, ବୈଦେଶିକ ମନ୍ତ୍ରୀଙ୍କୁ ଭେଟିବେ ଶିକ୍ଷା ମନ୍ତ୍ରୀ

ଶିକ୍ଷା କ୍ଷେତ୍ରରେ ଦ୍ୱିପାକ୍ଷିକ ସ୍ୱାର୍ଥର ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସହଯୋଗ ଏବଂ ସମନ୍ୱୟକୁ ପ୍ରୋତ୍ସାହିତ କରିବା ପାଇଁ ଅଷ୍ଟ୍ରେଲିଆ ଶିକ୍ଷା ମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ

ଭିକ୍ଟୋରିଆର ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ୍ ଆଲୋଚନା କରିବେ

ଅଷ୍ଟ୍ରେଲିଆ ଅନ୍ତର୍ଜାତୀୟ ଶିକ୍ଷା ସମ୍ମିଳନୀକୁ ସମ୍ବୋଧିତ କରିବେ

ବିଭିନ୍ନ ପ୍ରମୁଖ ବିଶ୍ୱବିଦ୍ୟାଳୟ, ଟେକ୍ନୋଲୋଜି ଏବଂ ଶିଳ୍ପ ଅନୁଷ୍ଠାନ ପରିଦର୍ଶନ କରିବେ

ପ୍ରବାସୀ ଭାରତୀୟଙ୍କୁ ଭେଟିବା ସହ ଭାରତୀୟ ଶିକ୍ଷାବିତ୍ ଓ ଛାତ୍ରଛାତ୍ରୀଙ୍କ ସହ ଶିକ୍ଷା ଓ ଗବେଷଣା ସମ୍ବନ୍ଧରେ କରିବେ ଆଲୋଚନା

ଶିକ୍ଷା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ପ୍ରତିନିଧି ମଣ୍ଡଳୀ ସହ ଅକ୍ଟୋବର ୨୦ରୁ ୨୬ ପର୍ଯ୍ୟନ୍ତ ୭ ଦିନିଆ ସିଙ୍ଗାପୁର ଓ ଅଷ୍ଟ୍ରେଲିଆ ଗସ୍ତ କରିଛନ୍ତି ।  କେନ୍ଦ୍ରମନ୍ତ୍ରୀଙ୍କ ଏହି ଗସ୍ତ ଶିକ୍ଷା କ୍ଷେତ୍ରରେ ଉଭୟ ଦେଶର ସହଯୋଗ, ଭାଗିଦାରୀ  ଏବଂ ସମନ୍ୱୟକୁ ପ୍ରୋତ୍ସାହିତ କରିବ ।  

ସିଙ୍ଗାପୁରର ଗସ୍ତ କାଳରେ ଶ୍ରୀ ପ୍ରଧାନ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିବେ । ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗ୍, ଉପପ୍ରଧାନମନ୍ତ୍ରୀ ଗାନ୍ କିମ୍ ୟୋଙ୍ଗ୍, ଶିକ୍ଷା ମନ୍ତ୍ରୀ ଚାନ୍ ଚୁନ୍ ସିଂ ଏବଂ ବୈଦେଶିକ ମନ୍ତ୍ରୀ ଭିଭିଆନ୍ ବାଲକ୍ରିଷ୍ଣନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଶ୍ରୀ ପ୍ରଧାନ ଏସିଆର ଏକ ନମ୍ବର ସ୍ଥାନରେ ଥିବା ସିଙ୍ଗାପୁରର ନ୍ୟାସନାଲ ୟୁନିଭର୍ସିଟି ପରିଦର୍ଶନ କରିବେ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି(ଏଆଇ)କୁ ଦୃଷ୍ଟିରେ ରଖି ସିଲାବସ୍ ଏକତ୍ରିତ ସମ୍ପର୍କରେ ଆଲୋଚନା କରିବା ପାଇଁ ସେ ଏକ ସ୍ଥାନୀୟ ସେକେଣ୍ଡାରୀ ସ୍କୁଲ ପରିଦର୍ଶନ କରିବେ । ଶିକ୍ଷାବିତ୍, ଆଇଆଇଟି ଓ ଆଇଆଇଏମର ପୂର୍ବତନ ଛାତ୍ରଛାତ୍ରୀଙ୍କୁ ଭେଟି ଉଭୟ ଦେଶର ଶିକ୍ଷା ବ୍ୟବସ୍ଥା ସମ୍ବନ୍ଧରେ ଚର୍ଚ୍ଚା କରିବେ ।   

ଅଷ୍ଟ୍ରେଲିଆ ଗସ୍ତ ସମୟରେ ଶ୍ରୀ ପ୍ରଧାନ ମେଲବର୍ଣ୍ଣରେ ଅଷ୍ଟ୍ରେଲିଆର ଶିକ୍ଷା ମନ୍ତ୍ରୀ ଜେସନ କ୍ଲେୟାରଙ୍କୁ ଭେଟିବେ । ‘ଅଷ୍ଟ୍ରେଲିଆ ଅନ୍ତର୍ଜାତୀୟ ଶିକ୍ଷା ସମ୍ମିଳନୀ’ରେ ଯୋଗଦେବେ । ଶିକ୍ଷାର ସମନ୍ୱିତ ଆଭିମୁଖ୍ୟ ପାଇଁ ସାଉଥ୍ ମେଲବର୍ଣ୍ଣ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିବେ । ଏହାବ୍ୟତିତ ମେଡଟେକ୍ ପ୍ରୋଟୋଟାଇପିଂ ଏବଂ ବିନିର୍ମାଣ କ୍ଷେତ୍ରରେ ଜଣାଶୁଣା ଆରଏମଆଇଟି ବିଶ୍ୱବିଦ୍ୟାଳୟର ‘ଡିସ୍କଭରୀ ଟୁ ଡିଭାଇସ୍’ ପରିଦର୍ଶନ କରିବେ । ଏହି ଗସ୍ତ ମେଡିକାଲ ଟେକ୍ନୋଲୋଜିର ବାଣିଜ୍ୟିକ ଏବଂ ଡ୍ରାଇଭିଂ ଇନୋଭେସନରେ ଶିଳ୍ପ-ଏକାଡେମୀ ଲିଙ୍କେଜର ଭୂମିକା ପାଇଁ ସହଯୋଗୀ ଆଭିମୁଖ୍ୟକୁ ଅନ୍ୱେଷଣ କରିବ ।  

ଶ୍ରୀ ପ୍ରଧାନ ଭିକ୍ଟୋରିଆର ପ୍ରଧାନମନ୍ତ୍ରୀ ଜାକିଣ୍ଟା ଆଲାନଙ୍କୁ ଭେଟିବେ । ମୋନାଶ ବିଶ୍ୱବିଦ୍ୟାଳୟର ଇନୋଭେସନ ଲ୍ୟାବ୍ ଏବଂ ସେଣ୍ଟର ଫର୍ ନାନୋ-ଫେବ୍ରିକେସନ୍ ପରିଦର୍ଶନ କରିବେ । ମେଲବର୍ଣ୍ଣରେ ରହିବା ସମୟରେ ଶ୍ରୀ ପ୍ରଧାନ ବରିଷ୍ଠ ଭାରତୀୟ ବଂଶଭୋବର ବରିଷ୍ଠ ଶିକ୍ଷାବିତଙ୍କ ସହ ଆଲୋଚନା କରିବେ । ପ୍ରାରମ୍ଭିକ ଶିଶୁ ଶିକ୍ଷା କାର୍ଯ୍ୟବଳକୁ ଙ୍କୁ ଶିକ୍ଷିତ କରିବାରେ ଭାଗିଦାରୀର ସୁଯୋଗ ଅନ୍ୱେଷଣ ପାଇଁ ଶ୍ରୀ ପ୍ରଧାନ ସିଡନୀର ‘ଅବର୍ଣ୍ଣ ଲଙ୍ଗ ଡେ ଚାଇଲ୍ଡ କେୟାର ସେଣ୍ଟର’ ପରିଦର୍ଶନ କରିବେ । ଇନୋଭେଟିଭ୍ ରିସର୍ଚ୍ଚ ୟୁନିଭର୍ସିଟି (ଆଇଆରୟୁ)ର ପ୍ରତିନିଧିମାନଙ୍କ ସହ ଆଲୋଚନା କରିବେ ଏବଂ ଦ୍ୱିତୀୟ ଅଷ୍ଟ୍ରେଲିଆ-ଭାରତ ଶିକ୍ଷା ଏବଂ  ଦକ୍ଷତା ପରିଷଦରେ ଯୋଗ ଦେବେ । 

ଗସ୍ତର ଶେଷ ଦିନରେ ଶିକ୍ଷା ମନ୍ତ୍ରୀ ଗ୍ରାନଭିଲ୍ ସାଉଥ୍ କ୍ରିଏଟିଭ୍ ଆଣ୍ଡ ପର୍ଫର୍ମିଂ ଆର୍ଟସ୍ ହାଇସ୍କୁଲ ଓ ମ୍ୟାକ୍ୱାରି ପାର୍କ ଇନୋଭେସନ୍ ଡିଷ୍ଟ୍ରିକ୍ଟ (ଏମପିଆଇଡି) ପରିଦର୍ଶନ କରିବେ ।  ଏହା ପରେ ଶ୍ରୀ ପ୍ରଧାନ ଅଷ୍ଟ୍ରେଲିଆର ସବୁଠାରୁ ଗବେଷଣା ଭିତ୍ତିକ ବିଶ୍ୱବିଦ୍ୟାଳୟଗୁଡ଼ିକର ‘ଗ୍ରୁପ୍ ଅଫ୍ ୮’ ଦ୍ୱାରା ଆୟୋଜିତ ଭାରତୀୟ ଗବେଷକ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି । 

ଶ୍ରୀ ପ୍ରଧାନ କେନସିଙ୍ଗଟନ ସ୍ଥିତ ତିରି ଏନର୍ଜି ଟେକ୍ନୋଲୋଜି ଭବନରେ ୟୁଏନଏସଭି ଏନର୍ଜି ଇନଷ୍ଟିଚ୍ୟୁଟ ଏବଂ ରିସାଇକ୍ଲିଂ ଆଣ୍ଡ କ୍ଲିନ୍ ଏନର୍ଜି (ଟ୍ରେସ୍) ପାଇଁ ଟ୍ରେଲବ୍ଲେଜର ପରିଦର୍ଶନ କରିବେ । ଏଠାରେ ସେ ୟୁଏନ୍ଏସଡବ୍ଲୁ ଏନର୍ଜି ଇନଷ୍ଟିଚ୍ୟୁଟ୍ ଜରିଆରେ ବାଣିଜ୍ୟିକ ପ୍ରଭାବ ସହ ବ୍ୟବହାରିକ ଗବେଷଣା ପ୍ରୟୋଗର ବାସ୍ତବ ଦୁନିଆର ଉଦାହରଣମାନ ଦେଖିବେ । କ୍ରୀଡ଼ା ଶିକ୍ଷା ଓ କ୍ରୀଡ଼ା ଗବେଷଣା କ୍ଷେତ୍ରରେ ସହଯୋଗ ଲୋଡ଼ିବା ପାଇଁ ସେ ୟୁଟିଏସ୍ ମୁର୍ ପାର୍କ ସ୍ପୋର୍ଟସ୍ ଆଣ୍ଡ ଏକ୍ସରସାଇଜ୍ ପ୍ରିସିନିକ୍ଟ ପରିଦର୍ଶନ କରିବେ । ୟୁଟିଏସର ମୁର ପାର୍କ ପରିସର ହେଉଛି ଏକ ଅତ୍ୟାଧୁନିକ ଶିକ୍ଷାଦାନ, ଗବେଷଣା ଏବଂ କ୍ରୀଡ଼ା ସୁବିଧା । ଏହି ସବୁ କାର୍ଯ୍ୟକ୍ରମରେ ଯୋଗଦେବା ପରେ କେନ୍ଦ୍ରମନ୍ତ୍ରୀ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି ।

Leave a Reply

Your email address will not be published. Required fields are marked *