• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଓଡ଼ିଶା ରାଜ୍ୟ ଶ୍ରମିକ ସମବାୟ ସମିତି ପକ୍ଷରୁ ୫୦୦୦ ଟଙ୍କା ସହାୟତା

Bymamatanews

Nov 19, 2024
Spread the love

ଅନୁଗୋଳ ଜିଲ୍ଲା ବଉଳିଗଡ ଗ୍ରାମ ପଞ୍ଚାୟତର ଶାନ୍ତନୁ କୁମାର ମହାନ୍ତି କିଛି ଦିନ ପୂର୍ବେ ଦୁର୍ଘଟଣା ହୋଇଛନ୍ତି। ଯାହା ଫଳରେ ଓଡ଼ିଶା ରାଜ୍ୟ ଶ୍ରମିକ ସମବାୟ ସମିତି ପକ୍ଷରୁ ୫୦୦୦ ଟଙ୍କା ସହାୟତା ପ୍ରଦାନ କରିଛନ୍ତି।ଓଡ଼ିଶା ରାଜ୍ୟ ଶ୍ରମିକ ସମବାୟ ସମିତିର ସଦସ୍ୟ ମାନେ କହିଛନ୍ତି କି ଯେ କୌଣସି ସଦସ୍ୟ ଦୁର୍ଘଟଣା କିମ୍ୱା ବିପଦରେ ପଡିବ ଓଡ଼ିଶା ରାଜ୍ୟ ଶ୍ରମିକ ସମବାୟ ସମିତିର ସଦସ୍ୟ ମାନେ ତାଙ୍କୁ ସାହାଯ୍ୟ ସହଯୋଗ କରିବେ।

ଯାହା ଫଳରେ ବଉଳିଗଡ ଗ୍ରାମ ପଞ୍ଚାୟତର ଶାନ୍ତନୁ କୁ ଏହି ସାହାଯ୍ୟ ମିଳି ପାରିଛି। ସବୁଠାରୁ ମୁଖ୍ୟ ସହାୟତା ମଧ୍ୟରୁ ୫୫ ବର୍ଷ ବୟସସୀମା ରୁ ତଳକୁ କୌଣସି ସଦସ୍ୟ/ସଦସ୍ୟା ଯଦି ଯେକୌଣସି ରୋଗରେ ଆକ୍ରାନ୍ତ ହୋଇ ସଂପୂର୍ଣ ବିକଳାଙ୍ଗ ହୋଇଥାଆନ୍ତି ତେବେ ତାଙ୍କୁ ବିଭିନ୍ନ ସହାୟତା ଦିଆଯିବ । ତାହା ଉପରସ୍ଥ ଅଧିକାରୀମାନଙ୍କ ଦ୍ବାରା ଆଲୋଚନା କରାଯାଇ ସ୍ଥିର କରାଯାଇ ନିଷ୍ପତି ନିଆ ଯାଏ ବୋଲି ମତ ପ୍ରକାଶ କରିଛନ୍ତି।ଏହି କାର୍ଯ୍ୟକ୍ରମ ସିଇଓ-ରଘୁନାଥ ପଲେଇ, ବିଏମ-ବବିତା ମହାପାତ୍ର, ଏବିଏମ-ଅମରେଶ ଚନ୍ଦ୍ର ସାହୁ, ପିଇଓ-ଗୀତାଞ୍ଜଳି ଦଣ୍ଡିଆ, ଏଫଇଓ-ଲକି ସାମଲ, ସୀତା ଜେନା, ଲକ୍ଷ୍ମୀପ୍ରିୟା ଦଣ୍ଡିଆ, ଅନୁପମା ବେହେରା ଏବଂ ଜ୍ୟୋତିର୍ମୟୀ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *