
ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ନୂଆହତା ପଞ୍ଚାୟତ ତାଳବାହାଳି ଗ୍ରାମର କାହ୍ନା ନାଏକ ଜୁନିୟର ନ୍ୟାସନାଲ ଭଲିବଲ ଚାମ୍ପିୟନସିପ ସାମିଲ ହୋଇଛନ୍ତି । ଡିସେମ୍ବର ୧୬ ରୁ ୨୧ ତାରିଖ ଯାଏ ରାଜସ୍ଥାନରେ ଖେଳାଯାଉଥିବା ଏହି ଚାମ୍ପିୟନସିପରେ କାହ୍ନା ନାଏକ ଓଡ଼ିଶା ଟିମ୍ ପାଇଁ ପ୍ରତିନିଧୃତ୍ବ କରୁଛନ୍ତି।ଟାଟା ଷ୍ଟିଲ ଫାଉଣ୍ଡେସନ (ଟିଏସଏଫ୍) ପକ୍ଷରୁ ମେରାମଣ୍ଡଳୀରେ ଆୟୋଜିତ କ୍ରୀଡ଼ା କାର୍ଯ୍ୟକ୍ରମରେ ତାଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ତାଙ୍କର ନିୟମିତ ଅଭ୍ୟାସ, ଶୃଙ୍ଖଳିତ ଆଚରଣ ଓ କୋଚ୍ ଏବଂ ସହଯୋଗୀ ଷ୍ଟାଫଙ୍କ ମାର୍ଗଦର୍ଶନରେ ଯୋଗୁ ସେ ଓଡ଼ିଶା ଟିମ୍ ରେ ସାମିଲ ହୋଇପାରିଛନ୍ତି ।ଏହାଛଡ଼ା ଡିସେମ୍ବର ୧୧ରୁ ୧୪ତାରିଖ ଯାଏଁ ଭୁବନେଶ୍ୱରସ୍ଥିତ କିଟ ଏବଂ କିସ୍ କ୍ୟାମ୍ପସରେ ଇଣ୍ଟର ନ୍ୟାସନାଲ ଭଲିବଲ ଫେଡେରେସନ ପକ୍ଷରୁ ଆୟୋଜିତ ଏଫ୍ଆଇବିବି ଭଲିବଲ ଫେଷ୍ଟିଭାଲ ସପ୍ତାହରେ ଟିଏସଏଫ୍ ସ୍ପୋର୍ଟସ ୟୁନିଟକୁ ସାମିଲ କରିବାକୁ ଓଡ଼ିଶା ଭଲିବଲ ଆସୋସିଏସନ ମନୋନୀତ କରିଥିଲା।ଟିଏସଏଫ୍ ପକ୍ଷରୁ ତୃଣମୂଳସ୍ତରର ୪ଜଣ କୋଚ୍, ୫ ଜଣ ସିନିୟର ଖେଳାଳି ଏବଂ ୨୭ଜଣ ବାଳିକା ଏହି ୪ ଦିନିଆ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏଥିରେ ଖେଳାଳିମାନଙ୍କୁ ପ୍ରଶିକ୍ଷଣ ସହ ସେମିନାର ଅଭିଜ୍ଞ କୋଚ୍ ଓ ଅଲିମ୍ପିକ ମେଡାଲ ବିଜେତାଙ୍କ ସହ ଆଲୋଚନା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଉଭୟ କୋଚ୍ ଓ ଖେଳାଳି ଉଭୟଙ୍କ ପାଇଁ ବେଶ ଉପଯୋଗୀ ରହିଥିଲା I କାହ୍ନାଙ୍କ ସଫଳତାକୁ ନେଇ ତାଙ୍କ ଗ୍ରାମ ଓ ପରିବାରଙ୍କ ମନରେ ଖୁସୀର ଲହରୀ ଖେଳିଯାଇଛି।
