• Tue. Feb 24th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

୨୮ ଗ୍ରାମ ବ୍ରାଉନସୁଗାର ସହ ୨୬ ଲକ୍ଷ ନଗଦ ଟଙ୍କା ଜବତ କରିବାରେ ପୋଲିସ ବଡ ସଫଳତା

Bymamatanews

Jan 20, 2026
Spread the love

ଅନୁଗୁଳ – ଅନୁଗୁଳ ହାତିଶାଳପଡାର ଏକ ଭଡା ଘରୁ ବ୍ରାଉନସୁଗାର ରାକେଟ ଠାବ କରିଛି ଅନୁଗୁଳ ପୁଲିସର ସ୍ପେସିଆଲ ସ୍କ୍ବାର୍ଡ । ଆଜି ସନ୍ଧ୍ୟାରେ ଚଢ଼ାଉ କରି ୨୮ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ୨୬ ଲକ୍ଷ ୫ ହଜାର ୩ ଶହ ପନ୍ଦର ଟଙ୍କା ନଗଦ ଜବତ କରାଯାଇଛି।

ଘଟଣାରେ ସଂପୃକ୍ତ ୨ ଜଣଙ୍କୁ ଗିରଫ କରିଛି ପୁଲିସ ।
ସୂଚନା ଅନୁସାରେ , ହାତିଶାଳପଡାର ଏକ ଭଡା ଘରେ ରହି କିଛି ବ୍ୟକ୍ତି ବ୍ରାଉନସୁଗାର ବେପାର କରୁଥିବା ସ୍ପେସିଆଲ ସ୍କ୍ବାର୍ଡକୁ ଖବର ମିଳିଥିଲା । ଏଥିପାଇଁ ଅନୁଗୁଳ ଟାଉନ ଥାନା ପୁଲିସ ସହାୟତାରେ ଉକ୍ତ ଘରେ ଚଢ଼ାଉ କରାଅ ଯାଇଥିଲା । ଚଢ଼ାଉ ବେଳେ ସେଠାରେ ଥିବା କୁମଣ୍ଡ ଗାଁର ଜଣେ ଯୁବକ ଏବଂ ସକସିଙ୍ଗା ଗାଁର ଜଣେ ଯୁବକକୁ ଅଟକ ରଖିଥିଲା । ସେହି ଘରେ ଜାଞ୍ଚ ବେଳେ ଘରୁ ୨୮ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଥିଲା । ଏହା ସହ ୨୬ ଲକ୍ଷ ୫ ହଜାର ୩ ଶହ ପନ୍ଦର ଟଙ୍କା ମଧ୍ୟ ଜବତ ହୋଇଥିଲା । ଯାହାକୁ ଗଣିବା ପାଇଁ ପୁଲିସକୁ ଟଙ୍କା ଗଣା ମେସିନ ମଗାଇବାକୁ ପଡିଥିଲା ।

Leave a Reply

Your email address will not be published. Required fields are marked *