• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଯାଞ୍ଚ, ୫ ହଜାର ଟଙ୍କା ଜୋରିମାନା ଆଦାୟ

Bymamatanews

Feb 20, 2025
Spread the love

ଅନୁଗୋଳ ସହରରେ ଆଜି ସନ୍ଧ୍ୟା ସମୟରେ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ବିଭିନ୍ନ ଜଳଖିଆ ଦୋକାନ ଏବଂ ଫାଷ୍ଟ ଫୁଡ ଦୋକାନ ଗୁଡିକୁ ଯାଞ୍ଚ କରାଯାଇଥିଲା। ସୂଚନା ଯେ, ଆଜି ସନ୍ଧ୍ୟା ସମୟରେ ଖାଦ୍ୟ ନିରାପତ୍ତା ବିଭାଗ ଜିଲ୍ଲା ଅଧିକାରୀ ହରପ୍ରିୟା ବେହେରା ଙ୍କ ନେତୃତ୍ଵରେ ଖଲାରୀ ଛକ, ନୂଆ ବସଷ୍ଟାଣ୍ଡ, PTC ଛକ, ପୁରୁଣା ବସ ଷ୍ଟାଣ୍ଡ ଏବଂ ଖାଓ ଗଳି ଅଞ୍ଚଳରେ ଥିବା ବିଭିନ୍ନ ଜଳଖିଆ ଦୋକାନ ଏବଂ ଫାଷ୍ଟ ଫୁଡ ଦୋକାନ ଗୁଡିକ ରେ ବ୍ୟବହାର ହେଉଥିବା ତେଲ, ଖାଦ୍ୟ ରେ ମିଶ୍ରଣ କରୁଥିବା ପଦାର୍ଥ ସହ ଖାଦ୍ୟ ରେ କଲର ମିଶା ଯାଉଛି କି ନାହିଁ ତାହା ୨୦ ରୁ ଅଧିକ ଦୋକାନ ଯାଞ୍ଚ କରାଯାଇଥିଲା। ଏବଂ ବିଭିନ୍ନ ଦୋକାନ ମାନଙ୍କୁ ଫାଇନ କରାଯାଇ ୫୦୦୦ ହଜାର ରୁ ଅଧିକ ଟଙ୍କା ଆଦାୟ କରାଯାଇଥିଲା। ଏହି ଯାଞ୍ଚ ବେଳେ ଅନୁଗୋଳ ପୋଲିସ, MTS ନୀଳାମ୍ବର ପ୍ରଧାନ, ଖାଦ୍ୟ ନିରାପତ୍ତା ବିଭାଗ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି ଥିଲେ।

Leave a Reply

Your email address will not be published. Required fields are marked *