ଅନୁଗୋଳ ସଦର ଥାନା ଅନ୍ତର୍ଗତ ବଲାସିଂହା ବ୍ରିଜ ନିକଟରେ ବାଇକକୁ ଧକ୍କା ଦେଲା କାର ବାଇକ ଅପା ପୁତୁରା ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି ହୋଇଛନ୍ତି l ଦୁଇ ଗୁରୁତର ହେଲେ କୁମୁରିସିଂହା ଗ୍ରାମର ଅରୀକ୍ଷିତ ବେହେରାଙ୍କ ପୁଅ ଅଶୋକ ବେହେରା ଓ ଧୋକୁଟା ଗ୍ରାମର ନିଧିଆ ପ୍ରଧାନ ଙ୍କ ସ୍ତ୍ରୀ ବିଜୁଳି ପ୍ରଧାନ l ସୂଚନା ଯେ, ଆଜି ସକାଳ ସମୟରେ ଅନୁଗୋଳ ଅଞ୍ଚଳ ବନ୍ଧୁ ଘର ଯାଇ ବାଇକ ଯୋଗେ କୁମୁରିସିଂହା ଗ୍ରାମ କୁ ଫେରୁଥିଲେ l ଅପା ପୁତୁରା କୁମୁରସିଂହା କୁ ଯାଉଥିବା ବେଳେ ବିପରୀତ ଦିଗ ରୁ ଛେଲିଆପଡା ଆଡକୁ ଆସୁଥିବା ଏକ କାର ଗାଡି ନମ୍ବର (OD15 G 5621) ବାଇକ କୁ ଧକ୍କା ଦେଇଥିଲା। ଯାହାଫଳରେ ଅପା ପୁତୁରା ଛିଟିକି ପଡିଥିଲେ l ସ୍ଥାନୀୟ ଲୋକ ଙ୍କ ସହଯୋଗ ରେ ଦୁଇ ଜଣଙ୍କୁ ଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଛି l ଦୁହେଁ ଙ୍କର ଗୋଡ ଏବଂ ମୁଣ୍ଡ ରେ ଆଘାତ ଲାଗିଛି। ଦୁହେଁ ଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଏ ପଟେ ସ୍ଥାନୀୟ ବାସୀ କାର ଚାଳକ କୁ ଅଟକ ରଖି ପୋଲିସ କୁ ଖବର୍ ଦେଇଥିଲେ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
