ଅନୁଗୋଳ ବ୍ଲକ ବନ୍ତଳା ଅଞ୍ଚଳ ରେ ଆଧିକାଂଶ ଲୋକ ବିଭିନ୍ନ ଫସଲ ଚାଷ କରି ପରିବାର ପ୍ରତିପୋଷଣ କରନ୍ତି। ବନ୍ତଳା ଅଞ୍ଚଳର ପୋକତୁଙ୍ଗା ଏବଂ ନନ୍ଦପୁର ଅଞ୍ଚଳ ଲୋକ ମାନେ ବହୁ ପରିମାଣରେ ଟମାଟୋ, କଦଳୀ, କୋବି ଆଦି ଚାଷ କରୁଛନ୍ତି। ଚଳିତ ବର୍ଷ ଏହି ଚାଷୀ ମାନେ ବହୁ କ୍ଷତି ସହିଥିବା କହିଛନ୍ତି । ନନ୍ଦପୁର ପଞ୍ଚାୟତର ମାଧପୁର ମଧୁପୁର, ବରହମପୁର, କରତପଟା, ହିଂସାଲୋଇ, ଏବଂ ପୋକତୁଙ୍ଗା ପଞ୍ଚାୟତ ଆଦି ବହୁ ଗାଁରେ ଚଳିତ ବର୍ଷ ଶହ ଶହ ଟମାଟୋ ଚାଷ କରିଥିଲେ। ଚାଷୀ ମାନେ ଅନେକ ଧର, କରଜ ଏବଂ ବ୍ୟାଙ୍କରୁ ଲୋନ୍ ଉଠାଇ କରି ଏହି ଚାଷ କରିଥିଲେ। ଟମାଟୋ ଦର ଏତେ କମି ଯିବ ବୋଲି କେବେ କଳ୍ପନା କରିନଥିଲେ ଚାଷୀ । କିଛି ଦିନ ପୂର୍ବରୁ ଏହାର ଦର କିଲୋ ପ୍ରତି ୪୦ ଟଙ୍କା ଥିଲା। ବେଶ୍ ଦି’ ପଇସା ଆୟ କରିବେ ବୋଲି ଭାବି ଚାଷୀ ମାନେ ଧାର କରଜ କରି ଚାଷ କରିଥିଲେ। ଏ ସମସ୍ୟା ଦେଖି ଚାଷୀ ମାନଙ୍କ ଆଶା ଫସର ଫାଟି ଯାଇଥିଲା। ଯାହାକୁ ନେଇ ମୁଣ୍ଡ ରେ ହାତ ଦେଇ ବଗିଚା ରେ ବସିଛି ଚାଷୀ। ଧାର, କରଜ ଟଙ୍କା ଶୁଝିବା ପାଇଁ ଚିନ୍ତା ବଢିବାରେ ଲାଗିଛି। ଜିଲ୍ଲାରେ ଶୀତଳ ଭଣ୍ଡାର ନଥିବା ରୁ ସମସ୍ୟା ବଢିବାରେ ଲାଗୁଛି। ଜିଲ୍ଲାରେ ଶୀତଳ ଭଣ୍ଡାର ପାଇଁ ଆଗରୁ ଅଭିଯୋଗ ହୋଇଥିଲେ ମଧ୍ୟ ତାହା ଏବେ ସ୍ଵପ୍ନ ପଲଟିଛି। ଜିଲ୍ଲାରେ ଗୋଟେ ଶୀତଳ ଭଣ୍ଡାର ହେଲେ ଚାଷୀ ମାନଙ୍କ ସମସ୍ୟା ଦୂର ହେବ ବୋଲି କହୁଛନ୍ତି ଚାଷୀ। ଏ ପଟେ ଅଞ୍ଚଳ ବାସୀଙ୍କର ବି ମଧ୍ୟ ଦାବି ଯେ, ଜିଲ୍ଲାରେ ଗୋଟେ ଶୀତଳ ଭଣ୍ଡାର କିମ୍ବା ଯୁସ୍ ଫ୍ୟାକ୍ଟ୍ରି ହେଲେ ଭଲ ହୁଅନ୍ତା। ଚାଷୀ ଙ୍କ ଦୁଖଃ କଥା କେବେ ବୁଝିବେ ସରକାର ବୋଲି ଅନେଇ ବସିଛନ୍ତି ଚାଷୀ।
