ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ AIDYO ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। AIDYO ପକ୍ଷରୁ କହିବା ଅନୁଯାୟୀ ଜିଲ୍ଲାରେ ଶିଳ୍ପ କାରଖାନା ଥିଲେ ମଧ୍ୟ ଯୁବକ ଯୁବତୀ ମାନେ ବେକାର ହୋଇ ବୁଲୁଛନ୍ତି। ଜିଲ୍ଲାରେ କୋଇଲା ଖଣି, ଶିଳ୍ପ କାରଖାନା ଏବଂ ନବରତ୍ନ କମ୍ପାନୀ ନାଲକୋ ଗଢି ଉଠିଛି। ଉକ୍ତ କୋଇଲା ଖଣି କିମ୍ୱା କମ୍ପାନୀ ଗୁଡିକ ଜଙ୍ଗଲ ଓ ଭିଟାମାଟି ନେଇ ଯିବା ପରେ ମଧ୍ୟ ବ୍ୟାପକ ଭାବେ ନିଯୁକ୍ତିର ସୁଯୋଗ ଦେଉ ନାହିଁ। ଏପରିକି କ୍ଷତିଗ୍ରସ୍ତ ବିସ୍ଥାପିତ ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ଦେବା କ୍ଷେତ୍ରରେ ଟାଳଟୁଳ ନୀତି ଗ୍ରହଣ କରୁ ଥିବା ଦେଖା ଦେଇଛି। ରାଜ୍ୟ ଓ କେନ୍ଦ୍ର ସରକାର ହଜାର ହଜାର କୋଟି ଟଙ୍କା ରାଜସ୍ବ ଆଦାୟ କରୁଥିବାବେଳେ ଖଣି କାରଖାନାରୁ ନିର୍ଗତ ପ୍ରଦୂଷଣ ବିଷୟ ବଳୟରେ ଆକ୍ରାନ୍ତ ହୋଇ ଚକ୍ଷୁ, ଚର୍ମ, କିଡନୀ, ଡେଙ୍ଗୁ, କ୍ୟାନସର ଆଦି ରୋଗରେ ପୀଡିତ ଅନୁଗୋଳ ବାସୀଙ୍କ ସ୍ୱାସ୍ଥ୍ୟସେବା ପ୍ରତି ଚରମ ଉଦାସୀନତା ଦେଖାଉଛନ୍ତି। ଦୀର୍ଘବର୍ଷ ଧରି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ସମସ୍ତ ମେଡିକାଲ ଗୁଡିକରେ ଖାଲି ପଡିଥିବା ଡାକ୍ତର ଓ ଅନ୍ୟାନ୍ୟ କର୍ମଚାରୀ ପଦବୀଗୁଡିକ ପୂରଣ କରାଯାଉନାହିଁ । ସେହିପରି ଅନ୍ୟାନ୍ୟ ସମସ୍ତ ରାଜ୍ୟ ଓ କେନ୍ଦ୍ରୀୟ ବିଭାଗ ଗୁଡିକରେ ମଧ୍ୟ ବହୁ ପଦବୀ ଖାଲିଥିବାରୁ ଜନସେବା ବ୍ୟାହତ ଘଟୁଛି । ତେଣୁ ଅନୁଗୋଳ AIDYO ପକ୍ଷରୁ ଦାବିପତ୍ର ପ୍ରଦାନ କରିଛନ୍ତି। ଅନୁଗୋଳ ଜିଲ୍ଲାରେ ଗଢ଼ି ଉଠିଥିବା ସମସ୍ତ ଖଣି ଓ କାରଖାନା ଗୁଡିକ ଦ୍ୱାରା ବିସ୍ଥାପିତ, କ୍ଷତିଗ୍ରସ୍ତ ଓ ଅନୁଗୋଳ ଜିଲ୍ଲାର ବେକାର ଯୁବକ-ଯୁବତୀମାଙ୍କୁ ଅଗ୍ରାଧିକାର ଭିତ୍ତିରେ ପ୍ରାୟୀ ନିଯୁକ୍ତି ପ୍ରଦାନ କରାଯାଉ ।ନିଯୁକ୍ତି ଦେବା ପର୍ଯ୍ୟନ୍ତ ସମସ୍ତ ବେକାର ଯୁବକ-ଯୁବତାଙ୍କୁ ବେକାରୀ ଭତ୍ତା ପ୍ରଦାନ କରାଯାଉ ଏବଂ ଅନ୍ୟାନ୍ୟ ଦାବିରେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି।
