• Tue. Feb 24th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଭିଡିଓ କନଫରେନ୍ସ ମାଧ୍ୟମରେ ଖୋ-ଖୋ ଖେଳ ଶୁଭ ଉନ୍ମୋଚନ କରିଛନ୍ତି କ୍ରୀଡ଼ାମନ୍ତ୍ରୀ

Bymamatanews

Apr 20, 2025
Spread the love

ଅନୁଗୋଳ (୨୦/୦୪/୨୦୨୫) : ପିଏମ ଶ୍ରୀ ଅନୁଗୋଳ ସରକାରୀ ଉଚ୍ଚ ବିଦ୍ୟାଳୟ ଅନୁଗୋଳ ଠାରେ ଖେଲୋ ଇଣ୍ଡିଆ କେନ୍ଦ୍ର ଖୋ-ଖୋ ର ମାନ୍ୟବର କ୍ରୀଡ଼ାମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୂରଜ ଙ୍କ ଦ୍ଵାରା ଶୁଭ ଉନ୍ମୋଚନ ଜିଲ୍ଲା କାର୍ଯ୍ୟାଳୟ ଠାରେ ଭିଡିଓ କନଫରେନ୍ସ ମାଧ୍ୟମରେ ଉଦ୍ଘାଟିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମ ରେ ଅନୁଗୋଳ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ମାୟାଧର ବେହେରା, ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀଯୁକ୍ତ ଅକ୍ଷୟ କୁମାର ସିଠ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପ୍ରତିଭା ବାରିକ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରିୟବ୍ରତ ମାଝୀ, ଖେଳ ଶିକ୍ଷକ ବିନୋଦ ଚନ୍ଦ୍ର ଦେହୁରୀ, ଶିକ୍ଷତ୍ରୀ ସ୍ମିତପ୍ରଜ୍ଞା ଗଡନାୟକ, ଖୋ ଖୋ ପ୍ରଶିକ୍ଷକ ସବ୍ୟସାଚୀ ସାହୁ, ବିଦ୍ୟାଳୟ ର ଖୋ ଖୋ ଛାତ୍ରଛାତ୍ରୀ ଓ ଅନ୍ୟ ସମସ୍ତ କର୍ମକର୍ତ୍ତା ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *