ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଗୋତମରା ଗ୍ରାମ ଦେଇ ଯାଇଥିବା ୧୪୯ ନମ୍ବର ଜାତୀୟ ରାଜପଥର ପୋଲ ଉପରୁ କେନାଲକୁ ଜଣେ ବ୍ୟକ୍ତି ଲମ୍ଫ ମାରିଥିବା ବେଳେ ନିଖୋଜ ରହିଥିଲେ । ତେଣୁ ଉକ୍ତ ବ୍ୟକ୍ତି ଜଣଙ୍କ କାହିଁକି ଲମ୍ଫ ମାରିଲେ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡ଼ି ନାହିଁ। ଆତ୍ମହତ୍ୟା ଉଦ୍ୟମ ନା ଅନ୍ୟ କୌଣସି କାରଣରୁ ଯୁବକ ଜଣକ ଲମ୍ପ ମାରିଥିଲେ ବଅଁରପାଳ ପୋଲିସ ତଦନ୍ତ ଚଳାଇଛି । ତେଣୁ ଘଟଣା ସ୍ଥଳରେ ପୋଲିସ, ବଅଁରପାଳ ଦମକଳବାହିନୀ, ଅନୁଗୋଳ ଦମକଳବାହିନୀ ଓ ବଅଁରପାଳ ତହସିଲଦାର ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ।ରାତି ହୋଇଯାଇଥିବାରୁ ଗତ କାଲି ଉଦ୍ଧାର କାର୍ଯ୍ୟ ବନ୍ଦ ରହିଥିଲା । ଢେଙ୍କାନାଳ ଓଡ୍ରାଫ ଟିମ୍ ଓ ବଅଁରପାଳ ଦମକଳବାହିନୀ ମିଳିତ ଉଦ୍ୟମରେ ଆଜି ସକାଳ ସମୟରେ ନିଖୋଜ ବ୍ୟକ୍ତିଙ୍କର ମୃତ ଦେହ ଉଦ୍ଧାର ହୋଇଛି। ମୃତ ବ୍ୟକ୍ତିଙ୍କ ନାମ ଗୋତମରା ଗ୍ରାମର ସ୍ବର୍ଗତ ସନାତନ ନାଏକଙ୍କ ୨୬ ବର୍ଷୀୟ ପୁଅ ଭରତ ନାଏକ ବୋଲି ସୂଚନା ମିଳିଛି। ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବଅଁରପାଳ ପୋଲିସ ପଠାଇଛି।
