• Thu. Oct 30th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଧାନର ସହାୟକ ମୂଲ୍ୟ ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଲେ କୃଷକ ମୋର୍ଚ୍ଚା

Bymamatanews

May 20, 2025
Spread the love

ବିଜେପି ଦେଇଥିବା ପ୍ରତିଶୃତି ପୂରଣ କରୁଛନ୍ତି ମୋହନ ସରକାର ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ

ଅନୁଗୋଳ ସହର ସଭାଘର ଠାରେ ଧନ୍ୟବାଦ ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଜେପି କୃଷକ ମୋର୍ଚ୍ଚା ତରଫରୁ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ବିଜୟ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ରେ ରାଜ୍ୟ ଖାଉଟି କଲ୍ୟାଣ ଓ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗଦେଇ ରାଜ୍ୟରେ ୨୪ ବର୍ଷଧରି ଥିବା ବିଜେଡି ସରକାର ଙ୍କୁ କଡା ସମାଲୋଚନା କରିବା ସହିତ ସ୍ଥାଣୁ ଅପାରଗ ସରକାର କୁ ଓଡିଶାର ଜନସାଧାରଣ ବଦଳାଇ ଡବଲ ଇଂଜିନ ସରକାର ଆଣିବା ପରେ ଆଜି ସମସ୍ତ କ୍ଷେତ୍ରରେ ବିକାଶ ଚାଲୁ ରହିଛି ବୋଲି କହିଛନ୍ତି। ଧାନ ର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କା ଚାଷୀ ମାନଙ୍କୁ ଦିଆଯାଇଛି। ବିକଶିତ ଓଡିଶା ଗଠନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅହରହ ପରିଶ୍ରମ କରୁଛନ୍ତି ତାଙ୍କୁ ଯେତେ ଧନ୍ୟବାଦ ଦେଲେ ମଧ୍ୟ କମ ହେବ ବୋଲି ମନ୍ତ୍ରୀ ଶ୍ରୀଯୁକ୍ତ ପାତ୍ର ପ୍ରକାଶ କରିଥିଲେ |
ଏହି କାର୍ଯ୍ୟକ୍ରମରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ, ରାଜ୍ୟ କୃଷକ ମୋର୍ଚ୍ଚା ଉପ ସଭାପତି ପୁଲିନ ପ୍ରକାଶ ପୁହାଣ, ରାଜ୍ୟ ସାଧାରଣ ସମ୍ପାଦକ ଉପେନ୍ଦ୍ର ଭଗତ, ରାଜ୍ୟ ସମ୍ପାଦକ ବିକ୍ରମ କେଶରୀ ରାଉତରାୟ, ରାଜ୍ୟ ସଂଯୋଜକ ଜଗନ୍ନାଥ ଗଡ଼ନାୟକ, ପ୍ରମୁଖ ରାଜ୍ୟ ସରକାର ଙ୍କର ବିଭିନ୍ନ ଯୋଜନା ଓ କାର୍ଯ୍ୟକାରିତା ଉପରେ ଆଲୋକପାତ କରିଥିଲେ।

Leave a Reply

Your email address will not be published. Required fields are marked *