• Thu. Oct 30th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ସୋମନାଥ ମହାଦେବ ଏବଂ ମାତା ପାର୍ବତୀଙ୍କ ବିବାହ ନିମନ୍ତେ ନିର୍ବନ୍ଧ କାର୍ଯ୍ୟକ୍ରମ ଅନୁଷ୍ଠିତ

Bymamatanews

May 20, 2025
Spread the love

ଜଗତସିଂହପୁର ସଦର ମହକୁମା ହାଟ ବଜାର ସ୍ଥିତ ମୁଚୁକୁନ୍ଦ ସୋମନାଥ ମହାଦେବଙ୍କ ମନ୍ଦିର ପରିସରରେ ଶିବ ପାର୍ବତୀ ଙ୍କ ବିବାହ ଉଛବ ନିମନ୍ତେ ନିର୍ବନ୍ଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ମହାପ୍ରଭୁ ଶିବଙ୍କ କର୍ତ୍ତା ଭାବରେ ଅଶ୍ଵିନୀ କୁମାର ସ୍ଵାଇଁ ଏବଂ ମାତା ପାର୍ବତୀ ଙ୍କ କର୍ତ୍ତା ଭାବରେ ଭଗବାନ ସାହୁ ଉପସ୍ଥିତ ରହି ପୁରୋହିତ ମାନଙ୍କ ଦ୍ଵାରା ରୀତିନୀତି ଅନୁସାରେ ନିର୍ବନ୍ଧ କାର୍ଯ୍ୟକ୍ରମ ସମାପନ୍ନ କରାଯାଇଥିଲା |

ଏହି କାର୍ଯ୍ୟକ୍ରମରେ ଶତାଧିକ ମହିଳା ଉପସ୍ଥିତ ରହି ଜାଇ ଅନୁକୂଳ କରିବା ସହିତ ପରମ୍ପରା ଅନୁସାରେ ନିର୍ବନ୍ଧ କାର୍ଯ୍ୟ ସମାପନ କରିଥିଲେ | ଶୀତଳ ଷଷ୍ଠୀ ଦିନ ଶିବ ପାର୍ବତୀଙ୍କ ବିବାହ କାର୍ଯ୍ୟ ଧୁମଧାମରେ ପାଳନ କରାଯିବ ଏହି ଉପଲକ୍ଷେ ସୁସଜିତ ବିମାନ ରେ ଶିବ, ପାର୍ବତୀ ଙ୍କୁ ବିରାଟ ଶୋଭାଯାତ୍ରା ରେ ବଜାର ପରିକ୍ରମା କରାଯିବା ପରେ ମନ୍ଦିର ପରିସରରେ ବିବାହ କାର୍ଯ୍ୟ ସମାପନ୍ନ ପରେ ଡ୍ୟାନ୍ସ ଧମାକା ଏବଂ ମେଲୋଡି ଧମାକା କାର୍ଯ୍ୟକ୍ରମ ର ଆୟୋଜନ କରାଯିବ ବୋଲି ମନ୍ଦିରର ପୂଜକ ପ୍ରକାଶ କରିଥିଲେ।
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *