• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଭୂ-ଅର୍ଜନ ଅଧିକାରୀ ଓ ଜମିହରାଙ୍କ ଦ୍ବୀତିୟ ମିଳିତ ଅଭିଯୋଗ ଶୁଣାଣି

Bymamatanews

May 20, 2025
Spread the love

ଅନୁଗୋଳ: ମହାନଦୀ କୋଲଫିଲଡ ଲିମିଟେଡ଼ ର ସ୍ବତନ୍ତ୍ର ଭୂ-ଅର୍ଜନ କାର୍ଯ୍ୟାଳୟପକ୍ଷରୁ ଦ୍ବିତୀୟ ମିଳିତ ଜମିହରାପ୍ରଜାଙ୍କ ପାଇଁ ତାଳଚେର ଉପ-ଜିଲ୍ଲାପାଳଙ୍କ ସଭାଗୃହଠାରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଶିବିର ଗତ ସୋମବାର ଅନୁଷ୍ଠିତ ହୋଇଯାଇଛି । ଏହି ଶୁଣାଣି ଶିବିରକୁ ଉପ-ଜିଲ୍ଲାପାଳ ସମୀର କୁମାର ଜେନା ମହୋଦୟ ଅଧ୍ୟକ୍ଷତା କରିଥିଲେ । ଶିବିରରେ ମହାନଦୀ କୋଲଫିଲଡ ଲିମିଟେଡ଼ର ସ୍ବତନ୍ତ୍ର ଭୂ-ଅର୍ଜନ ଅଧିକାରୀ ପ୍ରତାପ ହରି ପ୍ରଧାନ, ସମସ୍ତ କ୍ଷେତ୍ରର ଭୂମି ଅଧିଗ୍ରହଣ ଅଧିକାରୀ , ପୁନଃ ସ୍ଥାପନ ଏବଂ ପୁନଃ ଥଇଥାନ ଅଭିଯୋଗ ସମାଧାନ କାର୍ଯ୍ୟାଳୟର ଅଧିକାରୀ ପ୍ରେମାନନ୍ଦ ପ୍ରଧାନଙ୍କ ସହ ବିଭିନ୍ନ ଗ୍ରାମର ଜମିହରା ପ୍ରଜା ମାନେ ସେମାନଙ୍କ ଅଭିଯୋଗ ଦାଖଲ କରିଥିଲେ । ଶିବିରରେ ସମୁଦାୟ ୧୪ ଟି ଅଭିଯୋଗ ଗ୍ରହଣ ହୋଇ ସେଗୁଡିକର ଶୁଣାଣି ହୋଇଥିଲା । ଏହି ୧୪ ଟି ଅଭିଯୋଗ ମଧ୍ୟରୁ ୧୦ ଟି ଅଭିଯୋଗର ତୁରନୁ ନିଷ୍ପତି ଗ୍ରହଣ କରାଯାଇଥିଲା ।

Leave a Reply

Your email address will not be published. Required fields are marked *