• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ସ୍ତ୍ରୀ ହତ୍ୟାକାରୀ ସ୍ଵାମୀ ଗିରଫ

Bymamatanews

May 20, 2025
Spread the love

ପ୍ରଥମ ସ୍ତ୍ରୀ ଥିବା ସତେ ଅଭିଯୁକ୍ତ କରିଥିଲା ଦ୍ବିତୀୟ ବିବାହ

ଅନୁଗୋଳ : ଚରିତ୍ରକୁ ସନ୍ଦେହ କରି ଅନୁଗୋଳ ସହରର ଶିକ୍ଷକପଡ଼ାରେ ଘରଭଡ଼ା ନେଇ ରହୁଥିବା ଶ୍ରୀକାନ୍ତ ପ୍ରଧାନ ନାମକ ଜଣେ ଯୁବକ ଶନିବାର ରାତିରେ ସ୍ତ୍ରୀ ଜ୍ୟୋସ୍ନା ପ୍ରଧାନଙ୍କୁ ଏକ ବଡ଼ ଚାପଡ଼ରେ ହାଣି ହତ୍ୟା କରିଥିବା ଜଣାପଡ଼ିଛି। ଶ୍ରୀକାନ୍ତ ଜ୍ୟୋତ୍ସ୍ନାଙ୍କୁ ଦ୍ବିତୀୟ ବିବାହ କରି ଘରଭଡ଼ା ନେଇ ଅଲଗା ରହୁଥିବା ବେଳେ ଜ୍ୟୋସ୍କା ମଧ୍ୟ ପୂର୍ବରୁ ବିବାହିତ ଥିବା ଜଣାପଡ଼ିଛି।

ମୋବାଇଲ୍‌ରେ ଘଣ୍ଟାଘଣ୍ଟା ଧରି ଗପିବା ନେଇ ଜ୍ୟୋତ୍ସ୍ନା ଉପରେ ଶ୍ରୀକାନ୍ତର ସନ୍ଦେହ ରହୁଥିଲା । ସନ୍ଦେହ ଉଗ୍ରରୂପ ନେଇ ଶେଷରେ ହତ୍ୟାକାଣ୍ଡ ଭଳି ଘଟଣା ଘଟିଥିବ ଘଟଣାର ତଦନ୍ତ କରୁଥିବା ଅନୁଗୋଳ ଥାନା ଅଧିକାରୀ ଧୀରେସ କୁମାର ଦାସ ପ୍ରାଥମିକ ତଦନ୍ତ ଆଧାରରେ ପ୍ରକାଶ କରିଛନ୍ତି । ତେବେ ହତ୍ୟାକାଣ୍ଡର ଅନ୍ୟାନ୍ୟ ଦିଗ ପ୍ରତି ମଧ୍ୟ ତଦନ୍ତ ଚାଲିଥିବା ସେ କହିଛନ୍ତି। ବିଳମ୍ବିତ ରାତିରେ ପୁଲିସ ପହଞ୍ଚି ଅଭିଯୁକ୍ତ ଶ୍ରୀକାନ୍ତ କୁ ଅଟକ ରଖିବା ସହ ରବିବାର ଶବ ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ଅନୁଗୋଳ ଏସଡିପିଓ ରମାକାନ୍ତ ମହାଳିକ ମଧ୍ଯ ଘଟଣାସ୍ଥଳରେ ପହଞ୍ଚି ତଦନ୍ତର ତଦାରଖ କରିଛନ୍ତି । ଅନୁଗୋଳ ସ‌ହରର ଶିକ୍ଷକପଡ଼ା ସ୍ଥିତ ଇକୋ ପାର୍କ ସମ୍ମୁଖ ଏକ କେକ ବିସ୍ଫୁଟ କାରଖାନାରେ ଶ୍ରୀକାନ୍ତ କାମ କରନ୍ତି। ତାଙ୍କ ନିଜ ଘର ପୁରୁଣାକୋର୍ଟ ଥାନା ଅନ୍ତର୍ଗତ ହୋଇଥିବା ବେଳେ ସେଠାରେ ସେ ପ୍ରଥମେ ବିବାହ କରିଥିଲା। ପ୍ରଥମ ପତ୍ନୀ ଔରସରୁ ୨ଟି ସନ୍ତାନ ଅଛି । ପ୍ରଥମ ପତ୍ନୀ ଓ ତାର ୨ ସନ୍ତାନ ପୁରୁଣାକୋର୍ଟ ଥାନା ଅନ୍ତର୍ଗତ କନ୍ଧକୋଇଲି ଗ୍ରାମରେ ରହୁଛନ୍ତି। ଦ୍ୱିତୀୟ ପତ୍ନୀ ଭାବେ ସେହି ପୁରୁଣାକୋର୍ଟ ଥାନା ବାଘମୁଣ୍ଡା ଗ୍ରାମର ଜ୍ୟୋସ୍ନା ପ୍ରଧାନ (୨୦) କୁ ୬ ମାସ ପୂର୍ବେ ବଇଣ୍ଡା ସ୍ଥିତ ଏକ ଶିବମନ୍ଦିରରେ ବାହା ହେବା ସହ ଗତ ଡିସେମ୍ବରରୁ ଶିକ୍ଷକପଡ଼ାରେ ଘରଭଡ଼ା ନେଇ ରହୁଥିଲେ। ଶନିବାର ରାତି ପ୍ରାୟ ସାଢେ ୧୦ରୁ ସାଢେ ୧୧ଟା ମଧ୍ୟରେ ଛାତ ଉପରେ ଜ୍ୟୋତ୍ସ୍ନା ଶୋଇଥିବା ବେଳେ ଏକ ବଡ଼ ଚାପଡ଼ା (ଛୁରି) ରେ ଶ୍ରୀକାନ୍ତ ତାଙ୍କୁ ବାରମ୍ବାର ଆକ୍ରମଣ କରିଥିଲା ।

Leave a Reply

Your email address will not be published. Required fields are marked *