ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ରେ ଆଜି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ବୈଷୟିକ ବିଭାଗ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଙ୍କ ଦ୍ଵାରା ବ୍ଲକ ସଭାଘରେ ୩୫ଟି ନୂତନ ରାସନ କାଡ ବଣ୍ଟନ କରାଯାଇଥିଲା।

ସମ୍ମାନୀୟ ଅତିଥି ଭାବେ ମାନ୍ୟବର ବିଧାୟକ,ଅନଗୁଳ ପ୍ରତାପ ଚନ୍ଦ୍ର ପ୍ରଧାନ,ବ୍ଲକ ଅଧ୍ୟକ୍ଷ ବିଜୟ କୁମାର ନାଥ,ଢେଙ୍କାନାଳ ଲୋକସଭା ସାଂସଦ ଙ୍କ ପ୍ରତିନିଧି ଅମୀୟ କୁମାର ତ୍ରିପାଠୀ, ଅତିରକ୍ତ ନିର୍ବାହୀ ଅଧିକାରୀ ପଦ୍ମନାଭ ସାମନ୍ତରାଏ , ଗୋଷ୍ଠି ଉନ୍ନୟନ ଅଧିକାରୀ ଲୋଚନ ଦାସ,ମଞ୍ଚାସିନ ଥିଲେ l ଉକ୍ତ ସଭା ରେ ଜିଲ୍ଲା ପରିଷଦ ସଦସ୍ୟା ମୀରା ଗଡ଼ ନାୟକ, ମଣ୍ଡଳ ସଭାପତି ସୁବ୍ରତ କୁମାର ସାହୁ, ସମସ୍ତ ପଞ୍ଚାୟତ ର ସରପଞ୍ଚ, ସମତେ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ l ପଞ୍ଚାୟତ ର ବିଭିନ୍ନ ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ l ଏ ବିଡ଼ିଓ ମାଧବ ଚନ୍ଦ୍ର ପାଣିଗ୍ରାହୀ ସଭା ପରିଚାଳନା ଦିଗରେ ସହ ଯୋଗ କରିଥିଲେ । ଅନୁଗୋଳ ବ୍ଲକ ର ୧୧ଜଣ, ତାଳଚେର ବ୍ଲକ ର ୮ଜଣ, ଅନୁଗୋଳ ମ୍ୟୁନିସିପାଲଟି ୫ଜଣ , ବଅଁରପାଳ ବ୍ଲକ ରେ ୧୧ଜଣ ଙ୍କୁ କାର୍ଡ ବଣ୍ଟନ କରାଯାଇଥିଲା।
