• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଅନ୍ତିମ ଦିବସରେ ନ୍ୟୁଜଲାଣ୍ଡ ଆଗରେ ୧୦୭ ରନର ବିଜୟ ଲକ୍ଷ୍ୟ

Bymamatanews

Oct 20, 2024
Spread the love

ଭାରତ ପକ୍ଷରୁ କର ମର ପରିସ୍ଥିତି ମୁକୁଳାଇବା କିଏ

ବେଙ୍ଗାଲୁରୁ ଟେଷ୍ଟର ଆଜି ଅନ୍ତିମ ଦିବସ । ବିଜୟ ପାଇଁ ନ୍ଯୁଜିଲାଣ୍ଡ ଆଗରେ ରହିଛି ୧୦୭ ରନର ଟାର୍ଗେଟ । ଏଣୁ ଭାରତୀୟ ବୋଲରଙ୍କ ଆଜି ଆଜି କର ବା ମର ସ୍ଥିତି । ୧୦୭ ରନ ଭିତରେ ନ୍ଯୁଜିଲାଣ୍ଡକୁ ଅଟକାଇବାରେ ସକ୍ଷମ ହେଲେ ଭାରତ ବିଜୟୀ ହୋଇପାରିବ । ପ୍ରଥମ ଇନିଂସରେ ମାତ୍ର ୪୬ ରନରେ ଅଲଆଉଟ୍ ହୋଇଯାଇଥିବା ଭାରତ ନିଜର ଦ୍ବିତୀୟ ଇନିଂସରେ ୪୬୨ ରନ କରି ଗତକାଲି ଅଲଆଉଟ ହୋଇଯାଇଥିଲା । ସରଫରାଜ ଖାଁ ନିଜର ଶତକ ପୂରଣ କରିଥିଲେ । ଶତକ ପୂରଣ କରିବା ପରେ ବି ସେ ନିଜର ବ୍ୟାଟିଂ ଜାରି ରଖି ୧୫୦ ରନ ପୂରଣ କରିଥିଲେ ଓ ସାଉଥଙ୍କ ବଲରେ ଆଉଟ ହୋଇଥିଲେ । ତାଙ୍କ ସହିତ ଏକ ଭଲ ପାର୍ଟନରସିପ୍ କରିଥିବା ଋଷଭ ପନ୍ତ ୯୯ ରନ କରି ଆଉଟ ହୋଇଥିଲେ । ଫଳରେ ସେ ଅଳ୍ପକେ ଶତକରୁ ବଞ୍ଚିତ ହୋଇଥିଲେ । ପନ୍ତ ଆଉଟ ହେବା ପରେ ଭାରତ ପୁଣି ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ମାତ୍ର ୨୯ ରନରେ ପରବର୍ତ୍ତୀ ୫ ଜଣ ବ୍ୟାଟ୍ସମ୍ୟାନ ପାଭିଲିଅନ ଫେରିଥିଲେ । ଶେଷରେ ୪୬୨ ରନ କରି ଭାରତ ଅଲଆଉଟ ହୋଇଯାଇଛି । ଆଜି ନ୍ଯୁଜିଲାଣ୍ଡ ଦ୍ବିତୀୟ ଇନିଂସ ଖେଳିବା ସହ ବିଜୟ ଟାର୍ଗେଟକୁ ପିଛା କରିବ ।

Leave a Reply

Your email address will not be published. Required fields are marked *