• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଟ୍ରକ ଧକ୍କାରେ ଚାଲି ଗଲା ମା ପୁଅ ଙ୍କ ଜୀବନ, ସ୍ଵାମୀ ଗୁରୁତ୍ତର

Bymamatanews

Dec 20, 2024
Spread the love

ଜାତୀୟ ରାଜପଥ ର ମନମୁଖୀ ରାସ୍ତା ନିର୍ମାଣ କାର୍ଯ୍ୟକୁ ନେଇ ଉତେଜନା

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ନୂଆହତା ୫୫ ନମ୍ବର ଜାତୀୟ ରାଜପଥ ର ନୂତନ ଓଭର୍ ବ୍ରିଜ ଅଣ୍ଡରପାସ ନିକଟରେ ଟ୍ରକ ଧକ୍କାରେ ଚାଲି ଗଲା ମା ପୁଅ ଙ୍କ ଜୀବନ, ବାପା ଗୁରୁତ୍ତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି ହୋଇଛନ୍ତି । ସୂଚନା ଯେ, ଟାଟା ଷ୍ଟିଲ କାରଖାନା ରେ କାର୍ଯ୍ୟ କରୁଥିବା ଛତ୍ତିଶଗଡ଼ ନିବାସୀ ରୋହିତ ରାଠୋର କାରଖାନାରେ କଲୋନୀ ରେ ପରିବାର ସହ ବସବାସ କରନ୍ତି । ଆଜି ଅପରାହ୍ନ ସମୟରେ ବାଇକ୍ ଯୋଗେ ସ୍ତ୍ରୀ ମନିଷା ରାଠୋର ଏବଂ ଚାରି ବର୍ଷର ର ପୁଅ ହରଷତ ରାଠୋରଙ୍କୁ ନେଇ ବଅଁରପାଳ ଅଭିମୁଖେ ଆସୁଥିବା ବେଳେ ପଛରୁ ଆସୁଥିବା ଏକ କୋଇଲା ବୋଝେଇ ଟ୍ରକ ବାଇକ୍ ଉପରେ ଚଢାଇ ଦେଇଥିଲା।

ଯାହା ଫଳରେ ଘଟଣା ସ୍ଥଳରେ ହିଁ ସ୍ତ୍ରୀ ମନୀଷଙ୍କ ର ମୃତ୍ୟୁ ଘଟିଥିଲା। ସ୍ଥାନୀୟ ବାସୀ ସଙ୍ଗେ ସଙ୍ଗେ ବାପ, ପୁଅ କୁ ଉଦ୍ଧାର କରି ଅନୁଗୋଳ ମୁଖ୍ୟ ଚିକିତ୍ସାଳୟ କୁ ପଠାଇ ଦେଇଥିଲେ। ଚିକିତ୍ସାଧିନ ଅବସ୍ଥା ରେ ପୁଅ ହରଷତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପଟେ ରୋହିତ ଙ୍କର ଅବସ୍ଥା ଗୁରୁତ୍ତର ଥିବାରୁ ଚିକିତ୍ସିତ ହେଉଛନ୍ତି।

ଘଟଣା ସ୍ଥଳରେ ବଅଁରପାଳ ପୋଲିସ ପହଁଞ୍ଚି ଟ୍ରକ କୁ ଜବତ କରଥିବା ବେଳେ ଚାଳକ ଫେରାର୍ ହୋଇଯାଇଛି। ଦୂର୍ଘଟଣା କୁ ନେଇ ସ୍ଥାନୀୟ ବାସିନ୍ଦା ଜାତୀୟ ରାଜପଥ ର ଡ୍ରେନ୍ ନିର୍ମାଣ କାର୍ଯ୍ୟ କୁ ଦୋଷ ଦେଇ ଘଟଣାସ୍ଥଳରେ ଉତେଜନା ପ୍ରକାଶ ପାଇଥିବା ବେଳେ ପୋଲିସ ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରି ମୃତଦେହକୁ ଜବତ କରି ବ୍ଯବଛେଦ ନିମନ୍ତେ ଜିଲ୍ଲା ମୁଖ୍ୟଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଇଛନ୍ତି।

Leave a Reply

Your email address will not be published. Required fields are marked *